କଙ୍ଗନାଙ୍କ ଫିଲ୍ମ ଦେଖୁନାହାନ୍ତି ଦର୍ଶକ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବାତଙ୍କ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ସଂପୂର୍ଣ୍ଣ ଫ୍ଲପ ମାରିଛି। ୧୦୦ କୋଟି ବଜେଟ୍‌ରେ ନିର୍ମିତ ଫିଲ୍ମଟି ଓିକେଣ୍ଡ ବେଳକୁ ଅନେକ ସିନେମାଘରୁ ହଟି ସାରିଛି।
କଙ୍ଗନାଙ୍କ ଅଭିନୀତ ଏହି ଫିଲ୍ମଟି ପ୍ରଥମ ଦିନରେ ବହୁତ କମ ଆୟ କରିଥିଲା। ପ୍ରଥମ ଦିନ ଶୁକ୍ରବାର କେବଳ ୧.୨ କୋଟି ଟଙ୍କା ବ୍ୟବସାୟ କରିଥିଲା। ସେହି ପରି ଶନିବାର ୧.୦୫ କୋଟି ଏବଂ ରବିବାର ପାଖାପାଖି ୯୮ ଲକ୍ଷ ଟଙ୍କା ଏବଂ ଚତୁର୍ଥ ଦିନ ଫିଲ୍ମ କେବଳ ୩୦ଲକ୍ଷ ଟଙ୍କାର ବ୍ୟବସାୟ କରି ପାରିଛି। ତେବେ ଫିଲ୍ମଟି ୪ ଦିନରେ ମୋଟ ୩.୫୩ କୋଟି ଆୟ କରିଛି। ଫିଲ୍ମ ପାଇଁ ମୋଟ ୫ କୋଟି ଟଙ୍କା ଆୟ କରିବା ମୁସ୍କିଲ ହୋଇ ପଡିଛି। ବହୁତ କମ ଦର୍ଶକ ଆସୁଥିବାରୁ ଅନେକ ଥିଏଟରରୁ ଶୋ’କୁ ହଟାଇ ଦିଆଯାଇଥିବା ଜଣାପଡିଛି।

Share