କଙ୍ଗନାଙ୍କ ସବୁଠାରୁ ବଡ ଫ୍ଲପ ମୁଭି ହେଲା ‘ଧାକଡ’

ମୁମ୍ବାଇ: କଙ୍ଗନାଙ୍କ ରାଶି ଚକ୍ରରେ ଏବେ ଭଲ ନାହିଁ ବୋଧହୁଏ । ବଡ ଆଶା ନେଇ କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ସିନେମା ହଲରେ ରିଲିଜ୍ ହୋଇଥିଲା । ହେଲେ ପ୍ରଥମ ଦିନରୁ ହିଁ ଦର୍ଶକେ ଏହି ମୁଭିରୁ ମୁହଁ ଫେରାଇ ନେଲେ । ଧାକଡ ସହ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ରିଲିଜ୍ ହୋଇଥିଲା । ଆଶା କରାଯାଉଥିଲା କି ଧାକଡ ଯୋଗୁ ଭୁଲ ଭୁଲେୟା ୨ ଉପରେ କିଛି ପ୍ରଭାବ ପଡିପାରେ । ହେଲେ ସବୁ ଗଣିତ ଭୁଲ ହୋଇଗଲା । ପାସା ଓଲଟିଗଲା ।
ଧାକଡ ରିଲିଜର ପ୍ରଥମ ଦିନରେ ଆଶାଠାରୁ ପୁରାପୁରି ଓଲଟା ଅର୍ଥାତ୍ ୫୦ ଲକ୍ଷ ଟଙ୍କା ବ୍ୟବସାୟ କଲା । ଏବେ ରିଲିଜର ୬ ଦିନ ହୋଇଥିବା ବେଳେ ମୁଭି ଟାଣି ଓଟାରି ହୋଇ ବଡ କଷ୍ଟରେ ୪ କୋଟି ଟଙ୍କା କଲେକ୍ସନ କରିଛି । କୁହାଯାଇଛି କି ‘ଧାକଡ’ ସମ୍ପୂର୍ଣ୍ଣ ବକ୍ସ ଅଫିସ କଲେକ୍ସନ ୪.୦୧ କୋଟି ହୋଇଛି । ଏପଟେ ଷଷ୍ଠ ଦିନରେ ‘ଭୁଲ ଭୁଲେୟା ୨’ ୮୪.୭୮ କୋଟି ଟଙ୍କା କଲେକ୍ସନ କରିଛି ।

Share