କଟକ ଅଫିସ,୩୧ା୧୦: ଗୁଜରାଟ ଟ୍ରାଜେଡି ପରେ ପ୍ରଶାସନର ଚେତା ପଶିଛି। ଧବଳେଶ୍ୱର ଝୁଲା ପୋଲକୁ ନେଇ ଘାରିଛି ଚିନ୍ତା। ସୋମବାର ଧବଳେଶ୍ୱର ଝୁଲା ପୋଲରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ କମ୍ କରି ଦିଆଯାଇଥିବା ବେଳେ ମଙ୍ଗଳବାର ଏହି ଝୁଲା ପୋଲ ବନ୍ଦ ରହିବ। ଆସନ୍ତାକାଲି ଟେକ୍ନିକାଲ ଟିମ୍ ପୋଲର ନିରାପତ୍ତା ଯାଞ୍ଚ କରିବ। ଆବଶ୍ୟକ ପଡ଼ିଲେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୂର୍ଣ୍ଣ ଭାବେ ବି ବନ୍ଦ କରାଯାଇପାରେ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି।
ସୂଚନାଯୋଗ୍ୟ, ଗୁଜରାଟର ମୋର୍ବିର ମାଛୁ ନଦୀରେ ଛ୍ଟ ପୂଜା ଅବସରରେ ପୁରୁଣା ଝୁଲା ପୋଲ ଭୁଶୁଡ଼ି ପ୍ରାୟ ୧୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଧବଳେଶ୍ୱର ଝୁଲା ପୋଲରେ କୌଣସି ଅଘଟଣ ଆଶଙ୍କାରେ ଏହାକୁ ବନ୍ଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।