କାର୍ତ୍ତିକରେ ଧବଳେଶ୍ୱର ଖାଁ ଖାଁ

ଆଠଗଡ଼,୧।୧୧(ଡି.ଏନ୍‌.ଏ.): କରୋନା ମହାମାରୀ ପରେ ଏବର୍ଷ ଭକ୍ତଙ୍କ ଏକ ପ୍ରକାର ଆଶା ଥିଲା ଶୈବ ପୀଠ ଧବଳେଶ୍ୱରରେ ପଞ୍ଚକ ଓ କାର୍ତ୍ତିକପୂର୍ଣ୍ଣିମା ପାଳନ ଲାଗି। ମାତ୍ର ଏବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି ମିଳିବ ନାହିଁ । ଧବଳେଶ୍ୱର ଝୁଲାପାଲ ଅସୁରକ୍ଷିତ ଥିବାରୁ ସୋମବାରଠାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଫଳରେ ମଙ୍ଗଳବାର ସକାଳୁ ଧବଳେଶ୍ୱର ପୀଠ ଖାଁ ଖାଁ ହୋଇଯାଇଛ। କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କାଟାରିଆ ଏ ନେଇ ସ୍ପଷ୍ଟ କହିଛନ୍ତି।

Share