ଧଡକନ୍‌ରେ ତୁ

ସାଧାରଣତଃ ପ୍ରେମରେ ଉତ୍‌ଥାନ, ପତନ ଲାଗି ରହିଥାଏ। ହେଲେ ଯାହାଙ୍କୁ ପ୍ରେମର ନିଶା ଘାରିଥାଏ ଏବଂ ଯଦି ସେମାନଙ୍କର ସଚ୍ଚା ପ୍ରେମ ହୋଇଥାଏ ତେବେ ଏହାର ଶବ୍ଦ ଧଡକନ୍‌ରେ ମଧ୍ୟ ଶୁଣିବାକୁ ମିଳିଥାଏ। ହଁ, ଏଭଳି ଏକ ଭିନ୍ନ ଧରଣର କାହାଣୀକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଧଡକନ୍‌ରେ ତୁ’। ଏହି ଫିଲ୍ମରେ ଏକ ନୂଆ ରୋମାଣ୍ଟିକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଦୀପକ। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି ସସ୍ମିତା। ଏ ନେଇ ଦୀପକ କହନ୍ତି, ‘ଏହି ପ୍ରେମ କାହାଣୀରେ ଭିନ୍ନତା ରହିଛି। ଏହି ଫିଲ୍ମରେ ଦର୍ଶକ ମୋତେ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ। ଫିଲ୍ମଟି ସମସ୍ତଙ୍କୁ ଶତ ପ୍ରତିଶତ ମନୋରଞ୍ଜନ ଦେବ ବୋଲି ଆଶା ରଖିଛି।’ ଉକ୍ତ ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ। ଏହାବ୍ୟତୀତ ଦୀପକ ଅଭିନୟ କରିଥିବା ଆହୁରି ଦୁଇଟି ସିନେମା ରିଲିଜ ଅପେକ୍ଷାରେ ରହିଛି। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଏଇ ବୋଧେ ଭଲ ପାଇବା’ ଫିଲ୍ମରେ ତାଙ୍କର ନାୟିକା ସାଜିଛନ୍ତି ଅନୁଭା ସୌର୍ଯ୍ୟା। ଅନ୍ୟପକ୍ଷରେ ହୋମ ବ୍ୟାନର୍‌ ତନୁଜା ସିନେ ପ୍ରଡକ୍ସନରେ ନିର୍ମିତ ‘ପଲ୍‌ ପଲ୍‌ ତତେ ଚାହେଁ’ର ପ୍ରଯୋଜନା କରିବା ସହ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଦୀପକ। ଏହି ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଧାକର। ତେବେ ଫିଲ୍ମ ତିନୋଟି ଦର୍ଶକଙ୍କୁ କେତେ ପ୍ରଭାବିତ କରିବ ତାହା ରିଲିଜ ପରେ ହିଁ ଜଣାପଡିବ।

Share