ଢାକା ଇସ୍କନ ମନ୍ଦିରରେ ଆକ୍ରମଣ, ଭଙ୍ଗାରୁଜା

ଢାକା,୧୮।୩: ବଂଲାଦେଶରେ ପୁଣି ଥରେ ଆଉ ଏକ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ଆକ୍ରମଣ ହେବା ସହ ଭଙ୍ଗାରୁଜା କରାଯାଇଛି। ଏଥିସହ ଅନେକ ମୂଲ୍ୟବାନ ବସ୍ତୁ ଲୁଟ୍‌ ହେବା ସହ ଏହି ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ହୋଲି ଅବସରରେ ଢାକାର ୨୨୨ ଲାଲମୋହନ ଶାହା ଷ୍ଟ୍ରିଟ୍‌ ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ସନ୍ଧ୍ୟା ୭ଟାରେ ଏହି ଆକ୍ରମଣ ହୋଇଥିଲା। ହାଜି ସଫିଉଲ୍ଲା ସଙ୍ଗଠନର ଲୋକମାନେ ମନ୍ଦିର ଉପରକୁ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ଅନେକ ମୂଲ୍ୟବାନ ବସ୍ତୁ ଲୁଟ୍‌ କରିନେଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ତେବେ ବାଂଲାଦେଶରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେବା ଏହା ପ୍ରଥମ ଘଟଣା ନୁହେଁ। ସୂଚନା ମୁତାବକ ଗତ ବର୍ଷ ଦୁର୍ଗା ପୂଜା ସମୟରେ ନବରାତ୍ରୀ ଚାଲୁଥିବା ବେଳେ ହିନ୍ଦୁଙ୍କ ବିରୋଧରେ ଗୁଜବ ପ୍ରଚାର କରାଯାଇ ଦୁର୍ଗାପୂଜା ପେଣ୍ଡାଲ ଭଙ୍ଗାରୁଜା କରାଯାଇଥିଲା। ଏହି ହିଂସାରେ ୨ଜଣ ହିନ୍ଦୁଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିଲା।

Share