MPLADS କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକୁ ନୋଡାଲ ଜିଲା ଭାବେ ଚୟନ କଲେ ଧମେନ୍ଦ୍ର

ଭୁବନେଶ୍ୱର,୨୬।୬: ନୋଡାଲ ଜିଲା ଭାବେ ସମ୍ବଲପୁରକୁ ଚୟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ। ସେ ନିଜ ଏମ୍‌ପିଲାଡ୍‌ସ କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକୁ ନୋଡାଲ ଜିଲା ଭାବେ ବାଛିଛନ୍ତି। ଏଥିସହ ଅନୁଗୋଳ ଏବଂ ଦେବଗଡ଼ରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ଲୋକ ସଭା ନିର୍ବାଚନ ଲଢ଼ିଥିଲେ ଧର୍ମେନ୍ଦ୍ର। ବିପୁଳ ବ୍ୟବଧାନରେ ସେ ବିଜେତା ହେବା ପରେ ଦଳ ପକ୍ଷରୁ ତାଙ୍କୁ ପୁନର୍ବାର ମନ୍ତ୍ରୀ ପଦ ମିଳିଛି। ସେ ଏବେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି।

Share