ଡେରାଡୁନ,୩୦।୧୨: ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ହୋଇ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତେବେ ତାଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଭୋର ସମୟରେ ପନ୍ତ ନିଜେ ଡ୍ରାଇଭିଂ କରି ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିଲେ। ହେଲେ ରୁର୍କୀ ନିକଟରେ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇ ସମ୍ପୂର୍ଣ୍ଣ ଜଳିଯାଇଥିଲା। ପନ୍ତ ଠିକ୍ ସମୟରେ କାର୍ର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ।