ଧାମନଗର ଓକିଲ ସଂଘ ନିର୍ବାଚନ, ୭ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଧାମନଗର , ୨୯।୩ (ଦେବେନ୍ଦ୍ର ଆନ୍ଦିଆ): ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଅନୁସାରେ ଚଳିତ ମାର୍ଚ୍ଚ ମାସ ଶେଷ ଶନିବାର ଅର୍ଥାତ ୨୯ ତାରିଖ ଦିନ ସାରା ଓଡିଶାରେ ଓକିଲ ସଂଘର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଧାମନଗର ଓକିଲ ସଂଘ ପକ୍ଷରୁ ବିଦ୍ଧିବଧ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଓକିଲ ସଂଘର ୫୭ ଜଣ ଆଇନଜୀବୀ ଭୋଟର ତାଲିକାରେ ଥିବା ଆଇନଜୀବୀ ପରିଷଦ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ୭ ତାରିଖ ଦିନ ଓକିଲ ସଂଘ ଗୃହରେ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ଚଳିତ ଓକିଲ ସଂଘ ନିର୍ବାଚନ ଅନୁଯାୟୀ ସଭାପତି ଭାବେ ଅଶୋକ କୁମାର ଦାସ, ସାଧାରଣ ସମ୍ପାଦକ ଭାବେ ରଣଜିତ କୁମାର ମହାନ୍ତି, କୋଷାଧ୍ୟକ୍ଷ ପର୍ଶୁରାମ ମହାପାତ୍ର, ଉପସଭାପତି ଭାବେ ପ୍ରଜ୍ଞା ଦାସ, ସହ ସମ୍ପାଦକ ଭାବେ ମିନତୀ ମଲ୍ଲିକ, କାର୍ଯକାରୀ ସଭ୍ୟ ଭାବେ ମନୋଜ କୁମାର ଗୁପ୍ତା ଓ ଶାନ୍ତନୁ ଦାସ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ବିରୋଧରେ ଅନ୍ୟ କେହି ଓକିଲ ନାମାଙ୍କନ ପତ୍ର ଦାଖଲ କରିନଥିଲେ।

ଫଳରେ ଶନିବାର ଆନୁଷ୍ଠାନିକ ଭାବେ ନିର୍ବାଚନ ଅଧିକାରୀ ନିରାକାର ଜେନା ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟ ଆଇନଜୀବୀ ପରିଷଦକୁ ଜଣାଇଛନ୍ତି। ପ୍ରକାଶ ଥାଉ କି ଅଶୋକ କୁମାର ଦାସ ତୃତୀୟ ଥର ପାଇଁ ସଭାପତି ହୋଇଥିବା ବେଳେ ଧାମନଗର ଅଞ୍ଚଳ ର ଜଣେ ଜଣାଶୁଣା ଚେହେରା ସମସ୍ତଙ୍କ ପ୍ରିୟ ରଣଜିତ କୁମାର ମହାନ୍ତି ସଧାରଣ ସମ୍ପାଦକ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆସନ୍ତା ୨ ତାରିଖ ଦିନ ଓକିଲ ସଂଘ ଗୃହରେ ନିର୍ବାଚିତ ପ୍ରତିନିଧିମାନେ ଆନୁଷ୍ଠାନିକ ଭାବେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିବେ। ଚଳିତ ବର୍ଷ ନିର୍ବାଚନ ସର୍ବସମ୍ମତି କ୍ରମେ ଅନୁଷ୍ଠିତ ହୋଇଥିବାରୁ ଓକିଲ ସଂଘର ସାଧାରଣ ସମ୍ପାଦକ ଅମରେନ୍ଦ୍ର ମହାନ୍ତି ନିର୍ବାଚିତ ପ୍ରତିନିଧିମାନଙ୍କୁ ଶୁଭେଛା ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri