ଧାମନଗର ବିଧାୟକ ଅସୁସ୍ଥ

ଭଦ୍ରକ ଅଫିସ,୨୯।୮: ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଏବେ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବରୁ ମଧୁମେହ ଓ ରକ୍ତଚାପ ହଠାତ୍‌ ବଢ଼ିଯିବାରୁ ବିଧାୟକ ଏମ୍‌ସରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ରବିବାର ପୁଣି ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ସୋମବାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ତାଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ରବିବାର ସନ୍ଧ୍ୟାରେ ତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

Share