ଧାମରା ଶିଳ୍ପକେନ୍ଦ୍ର, ଟାଉନଶିପ ଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାର ପୂର୍ବତଟରେ ବନ୍ଦର-ଭିତ୍ତିକ ଶିଳ୍ପାନ୍ବୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଜନା ବର୍ତ୍ତମାନ ସାକାର ରୂପ ନେଉଛି। ପାରାଦ୍ୱୀପ ସହିତ ଧାମରା ଏବଂ ଗୋପାଳପୁର ଗଭୀର ପୋର୍ଟର ଦୃତ ବିକାଶ ଏ ଦିଗରେ ନୂଆ ସମ୍ଭାବନା ସୃଷ୍ଟି କରିଥିବା ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଭାସ ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାମରା ଏବଂ ଗୋପାଳପୁର ବନ୍ଦରର ଅଗ୍ରଗତି ଓ ଧାମରାଠାରେ ବନ୍ଦର-ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।
ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ବନ୍ଦରର ବିକାଶ ଏବଂ ସମ୍ପ୍ରସାରଣ ସମ୍ବନ୍ଧରେ ଆଲୋଚନା କରିଥିଲେ। ଧାମରା ପୋର୍ଟର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ବନ୍ଦର ପାଖାପାଖି ସରକାରୀ ଜମିକୁ ଜବର ଦଖଲରୁ ମୁକ୍ତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦର ପାଖାପାଖି ଶିଳ୍ପ ଉପଯୋଗୀ ସ୍ଥାନରେ ଜମି ଅଧିଗ୍ରହଣ କରି ଶିଳ୍ପାଞ୍ଚଳ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଉପସ୍ଥିତ ଇଡକୋ ଅଧ୍ୟକ୍ଷ ସଂଜୟ କୁମାର ସିଂକୁ ସେ କହିଛନ୍ତି। ବର୍ତ୍ତମାନ ଧାମରା ପୋର୍ଟର ସମ୍ପ୍ରସାରଣ, ରେଳଲାଇନ୍‌ ସଂଯୋଗ, ଏଲ୍‌.ଏନ୍‌.ଜି. ଟ୍ୟାଙ୍କ୍‌ ର୍ନିମାଣ, ଏୟାର ସ୍ଟ୍ରିପ୍‌ ବିକାଶ ଆଦି କାର୍ଯ୍ୟ ତ୍ୱରାନ୍ବିତ ହୋଇଥିବାରୁ ଏଠାରେ ଏକ ବନ୍ଦର ଭିତ୍ତିକ ସହର ଏବଂ ଶିଳ୍ପାଞ୍ଚଳ ପ୍ରତିଷ୍ଠାର ସମ୍ଭାବନା ବୃଦ୍ଧି ପାଇଛି। ଏଥିପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବା ସହ ଉପଲବ୍ଧ ଜମିର ସୁରକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ବାଣିଜ୍ୟ ଓ ପରିବହନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି ଯେ, ୨୦୧୧ରେ ବନ୍ଦରର ବାର୍ଷିକ ଦ୍ରବ୍ୟ କାରବାର ୫ ନିୟୁତ ଟନ୍‌ ଥିବା ବେଳେ ଚଳିତ ଆର୍ଥିକ ବର୍ଷ ପେବୃଆରୀ ଶେଷ ସୁଦ୍ଧା ଏହା ୨୯.୩୭ ନିୟୁତ ଟନ୍‌ ରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା ୩୦.୫ ନିୟୁତ ଟନ୍‌ ଛୁଇଁବାର ଆଶା କରାଯାଉଛି। ବନ୍ଦରର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ କହିଛନ୍ତି, ଏହି ସମୟ ମଧ୍ୟରେ ଧାମରା ବନ୍ଦର ରାଜ୍ୟ ସରକାରଙ୍କୁ ପ୍ରାୟ ୬୧୨ କୋଟି ଟଙ୍କାର ରାଜସ୍ବ ଅଂଶ ଦେଇଛି। ମୁଖ୍ୟ ଶାସନ ସଚିବ ମଧ୍ୟ ଗୋପାଳପୁର ବନ୍ଦରର ଅଗ୍ରଗତି ବିଷୟ ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri