ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଆସିଲେ ଭାବି ସ୍ତ୍ରୀ ଧନଶ୍ରୀ

ମୁମ୍ବାଇ, ୧୧।୮: ଭାରତୀୟ କ୍ରିକେଟ୍‌ ଦଳର ଲେଗ୍‌-ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ଜୀବନ ସାଥୀ ବାଛି ସାରିଛନ୍ତି। ଭାରତର ଜଣାଶୁଣା ୟୁଟ୍ୟୁବ ଷ୍ଟାର୍‌ ତଥା କୋରିୟଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ ଚହଲ। ଗତ ଅଗଷ୍ଟ ୮ରେ ଚହଲ ଓ ଧନଶ୍ରୀଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇସାରିଛି। ନିର୍ବନ୍ଧ ବେଳର କିଛି ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଚହଲ ତାଙ୍କ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲେ। ନିର୍ବନ୍ଧ ପରେ ଏହି ଯୋଡ଼ି ପ୍ରଥମ ଥର ଲାଗି ସର୍ବସାଧାରଣ ସ୍ଥାନରେ ଏକାଠି ଦେଖିବାକୁ ମିଳିଛନ୍ତି। ଭାବି ସ୍ବାମୀ ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଧନଶ୍ରୀ ମଙ୍ଗଳବାର ମୁମ୍ବାଇ ବିମାନ ବନ୍ଦର ଆସିଥିଲେ। ଚହଲଙ୍କୁ ବିମାନ ବନ୍ଦରରେ ଛାଡ଼ିବା ପରେ ଧନଶ୍ରୀ କାର୍‌ ନେଇ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା।


ପ୍ରକାଶଯୋଗ୍ୟ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ସେପ୍ଟମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। କିଛିଦିନ ମଧ୍ୟରେ ଆଇପିଏଲ୍‌ର ସମସ୍ତ ଦଳ ୟୁଏଇ ଅଭିମୁଖେ ପର୍ଯ୍ୟାୟକ୍ରମେ ଗସ୍ତ କରିବେ। ଆଇପିଏଲ୍‌ ପୂର୍ବରୁ ଚହଲ ନିଜ ପ୍ରଶଂସକଙ୍କୁ ଖୁସି ଖବର ଭେଟି ଦେଇଥିଲେ। ଆଇପିଏଲ୍‌ରେ ଚହଲ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳରେ ଖେଳୁଛନ୍ତି। ସେ ଆଇପିଏଲ୍‌ରେ ୮୩ ମ୍ୟାଚ୍‌ ଖେଳି ୧୦୦ ଉଇକେଟ୍‌ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ନିଜର ପାଉଣା ଫେରାଇବେ ଗମ୍ଭୀର? ୩ କୋଟି ଟଙ୍କାକୁ ନେଇ ପ୍ରଶ୍ନ ଉଠାଇଲେ…

ନୂଆଦିଲ୍ଲୀ,୨୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଟିମ୍‌ ଇଣ୍ଡିଆକୁ ଚାମ୍ପିଅନ କରିବା ପରେ ବିସିସିଆଇ ଦଳକୁ ୫୮ କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଥିଲା। ମୁଖ୍ୟ...

ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା...

‘ମୋ ହୃଦୟରେ ଏହା ପାଇଁ ରହିଛି ଏକ ବିଶେଷ ସ୍ଥାନ,’ ଚେପକ ବ୍ୟତୀତ ନିଜ ପସନ୍ଦର ଷ୍ଟାଡିୟମର ନାମ କହିଲେ ଧୋନି

ନୂଆଦିଲ୍ଲୀ,୨୬।୩: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ୱିକେଟ କିପର-ବ୍ୟାଟସମ୍ୟାନ ଏମଏସ ଧୋନି କହିଛନ୍ତି ଯେ ଚେପକ ବ୍ୟତୀତ ତାଙ୍କର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ସହିତ ଏକ...

ଭାରତ ଆସିବେ ବିଶ୍ୱ ବିଜେତା ଲିଓନେଲ ମେସି: ଏହି ରାଜ୍ୟରେ ଅନୁଷ୍ଠିତ ହେବ ଦୁଇଟି ମ୍ୟାଚ୍

ନୂଆଦିଲ୍ଲୀ,୨୬ା୩: ଭାରତର ଫୁଟବଲ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର। ଅକ୍ଟୋବରରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ କିମ୍ବଦନ୍ତୀ ଲିଓନେଲ୍ ମେସି ଏବଂ ଆର୍ଜେଣ୍ଟିନା ଦଳକୁ ଦେଖିବାର...

‘ଇଶାନ କିଷନଙ୍କ ଶତକ ବିସିସିଆଇ-ରାହୁଲ ଦ୍ରାଭିଡଙ୍କ ମୁହଁରେ ଏକ ଶକ୍ତ ଚାପୁଡା’, ଭର୍ତ୍ସନା କଲେ ଦାଦା

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୮ତମ ସଂସ୍କରଣରେ ପ୍ରଥମ ତୁଫାନି ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିବା ଇଶାନ କିଶନଙ୍କ ଜେଜେବାପାଙ୍କ ଏକ ବୟାନ ଇଣ୍ଟରନେଟ ମିଡିଆରେ ଚର୍ଚ୍ଚାର...

IPL 2025: ଲଜ୍ଜାଜନକ ରେକର୍ଡ ହାସଲ କଲେ ଗ୍ଲେନ ମ୍ୟାକ୍ସୱେଲ

ନୂଆଦିଲ୍ଲୀ,୨୬।୩: ପଞ୍ଜାବ କିଙ୍ଗସ ୧୧ ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା। କିନ୍ତୁ ଏହା ପୂର୍ବରୁ ପଞ୍ଜାବ କିଙ୍ଗସ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲଙ୍କ ନାମରେ ଏକ...

ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ସୂର୍ଯ୍ୟକୁମାର ଯାଦବ: ଦାମ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୨୬।୩: ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନେକ ଥର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କିନ୍ତୁ ସେ IPL 2025 ର ତାଙ୍କର ପ୍ରଥମ ମ୍ୟାଚରେ...

IPL 2025: ହାରିବା ପରେ ବି ସମସ୍ତଙ୍କ ହୃଦୟ ଜିତୁଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୨୬।୩: ଗତ ସିଜିନରେ ଅଷ୍ଟମ ସ୍ଥାନ ହାସଲ କରିଥିବା ଗୁଜରାଟର IPL ୨୦୨୫ରେ ଆରମ୍ଭ ଭଲ ନଥିଲା। ମଙ୍ଗଳବାର ୨୫ମାର୍ଚ୍ଚରେ, ସେମାନେ ହୋମ ଟାଉନରେ ପଞ୍ଜାବ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image