Categories: ବାଣିଜ୍ୟ

ସାହୁଜୀ ଜୁଏଲର୍ସର ଧନତେରସ ଅଫର

ଭୁବନେଶ୍ୱର,୨୪।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ନିର୍ମାତା ତଥା ବିକ୍ରେତା ସାହୁଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଧନତେରସ ଅବସରରେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଠାରେ ସମସ୍ତ ଗହଣାର ନିମ୍ନ ଗଢ଼ା ମଜୁରି ସହିତ ସୁନା ଦରକୁ ମଧ୍ୟ ସବୁଠାରୁ କମ୍‌ ରଖିଛି। ବିଶେଷକରି ୯୧୬ ହଲ୍‌ମାର୍କ ଗହଣା ବର୍ଗମାଳାକୁ ନୂତନ କଳାକୃତି ଓ ଉନ୍ନତ କାରିଗରିରେ ପ୍ରସ୍ତୁତ କରାଯାଇଛି।

ଦୀପାବଳି ଓ ଧନତେରସ ଉପଲକ୍ଷେ ଗ୍ରାହକଙ୍କ ସୁବିଧା ପାଇଁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଏହାର ସମସ୍ତ ଶୋ’ରେ ଏହି ଅଫର୍‌ ବୈଧ ରହିଛି। ସେହିପରି ପାର୍ବଣ ଅବସରରେ ପ୍ରତିଦିନ ସକାଳ ୮ଟା ଠାରୁ ଶୋ’ରୁମ ଖୋଲା ରହିବ ବୋଲି ଶୋ’ରୁମର ସ୍ବତ୍ୱାଧିକାରୀ ଗୌତମ ବିଭୁ ପ୍ରସାଦ ସାହୁ ମତବ୍ୟକ୍ତ କରିଛନ୍ତି।

Share