Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଧନଉଲ୍‌ଟି

ଉତ୍ତରାଖଣ୍ଡସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଧନଉଲ୍‌ଟି। ଶୈଳନିବାସ ଭାବେ ବି ଏହା ପରିଚିତ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଢେର୍‌ ସୂଯୋଗ ରହିଛି ଏଠାରେ। ସେଥିପାଇଁ ଖରାଦିନ ହେଉ କି ଶୀତଦିନ ସବୁବେଳେ ଏଠି ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳେ। ପର୍ଯ୍ୟଟକ ଏଠାରେ ବୁଲାବୁଲି କରିବା ସହ ଅନେକ ଦୁଃସାହସିକ କ୍ରୀଡ଼ାର ମଧ୍ୟ ଭରପୂର ମଜା ନେଇପାରିବେ…

ଧନଉଲ୍‌ଟି ଉତ୍ତରାଖଣ୍ଡସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ହିଲ୍‌ ଷ୍ଟେଶନ ଭାବେ ବି ଏହାର ରହିଛି ବେଶ୍‌ ଖ୍ୟାତି। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି ଦେଖିବାକୁ ମିଳିଥାଏ। ପାହାଡ, ପର୍ବତ ଘେରା ଏହି ସ୍ଥାନରେ ମୁଖ୍ୟତଃ ଦେବଦାରୁ ଗଛ, ଡେଙ୍ଗା ଡେଙ୍ଗା ଓକ୍‌ ଗଛର ଜଙ୍ଗଲ ତଥା ବୁରାଂଶ ନାମକ ଏକ ସୁନ୍ଦର ଫୁଲ ଫୁଟୁଥିବା ଗଛ ଇତ୍ୟାଦି ଦେଖାଯାଏ। ତା’ଛଡ଼ା ଏଠାକାର କେଉଁଠି କେଉଁଠି ଘାଟି ଦେଖିବାକୁ ମିଳେ ତ ପୁଣି କେଉଁଠି ମନ୍ଦିର ତଥା ଉପତ୍ୟାକାର ଶୋଭା ବେଶ୍‌ ଆଖି ଦୃର୍ଶୀୟା ହୋଇଥାଏ। ଖାସ୍‌ ସେଥିପାଇଁ ପର୍ଯ୍ୟଟନ ଋତୁରେ ଏଠାରେ ବେଶ୍‌ ଭିଡ଼ ଦେଖିବାକୁ ମିଳେ।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଧନଉଲ୍‌ଟି ଯିବାପାଇଁ ଖରାଦିନ ଓ ଶୀତଦିନ ହେଉଛି ସବୁଠୁ ବେଷ୍ଟ। କାରଣ ଖରାଦିନେ ଏଠାକାର ତାପମାତ୍ରା ମାତ୍ର ୨୦ରୁ ୨୫ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହିଥାଏ; ସେଥିପାଇଁ ବୁଲାବୁଲି କଲେ ଥକ୍କା ଲାଗେ ନାହିଁ। ଅନ୍ୟପକ୍ଷେ ଶୀତଦିନେ ଏଠାରେ ତୁଷାରପାତର ମଜା ନେବାକୁ ବି ପର୍ଯ୍ୟଟକ ଖୁବ୍‌ ପସନ୍ଦ କରିଥାନ୍ତି। ତେଣୁ ଖରାଦିନେ ଓ ଶୀତଦିନେ ଧନଉଲ୍‌ଟି ଯିବା ସର୍ବୋତ୍ତମ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଦିଲ୍ଲୀଠାରୁ ମାତ୍ର ୩୨୫ କି.ମି ଦୂରରେ ରହିଥିବା ଧନଉଲ୍‌ଟିର ନିକଟତମ ବିମାନବନ୍ଦର ହେଉଛି ଜୋଲି ଗ୍ରାଣ୍ଟ ଏୟାରପୋର୍ଟ ଏବଂ ନିକଟତମ ରେଳଷ୍ଟେଶନ ହେଉଛି ଡେରାଡୁନ୍‌ ରେଲଓ୍ବେଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ।
କ’ଣ ଦେଖିବେ
ଧନଉଲ୍‌ଟିରେ ଅମ୍ବର ଓ ଧାରା ନାମରେ ଦୁଇଟି ଇକୋ ପାର୍କ ରହିଛି; ଯେଉଁଠାରେ ମୁଖ୍ୟତଃ ଦେବଦାରୁ ଗଛର ଛୋଟ ଜଙ୍ଗଲ ଥିବାର ଦେଖିବାକୁ ମିଳେ। ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ହର୍ସ ରାଇଡିଂ, ବର୍ମା ରୋପ୍‌ ବ୍ରିଜ୍‌ରେ ଚାଲିବା ତଥା ଓଲଟା ଭାବେ ଦଉଡ଼ିରେ ଝୁଲି ଝୁଲି ଚାଲିବାର ସୁବିଧା ଆଦି ପ୍ରଦାନ କରାଯାଇଥାଏ। ତା’ଛଡ଼ା ପର୍ଯ୍ୟଟକଙ୍କ ରହଣି ପାଇଁ ଏଠାରେ ଇକୋ ହଟ୍‌ର ମଧ୍ୟ ବ୍ୟବସ୍ଥା ଅଛି। ସୁରକଣ୍ଡା ଦେବୀ ମନ୍ଦିର ହେଉଛି ଏଠାକାର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳୀ।
ଦୁଃସାହସିକ କ୍ରୀଡ଼ା ପାଇଁ ପ୍ରସିଦ୍ଧ
ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ପର୍ଯ୍ୟଟକ ଟ୍ରେକିଂ, କ୍ୱାଡ୍‌ ବାଇକିଂ, ଜିପ୍‌ ଲାଇନ୍‌ ରାଇଡ୍‌, ସ୍କାଏ ବ୍ରିଜ ଓ୍ବାକ୍‌ ଭଳି ଅନେକ ଦୁଃସାହସିକ କ୍ରୀଡ଼ାର ଭରପୂର ମଜା ନେଇପାରିବେ। ତା’ଛଡ଼ା ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହିତ ସୁନ୍ଦର ସୁନ୍ଦର ଫଟୋ ଉଠାଇ ମଧ୍ୟ ଏହି ବିଶେଷ ମୂହୁର୍ତ୍ତକୁ ନିଜ ପାଖେ ସବୁଦିନ ପାଇଁ ସାଇତି ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri