Advertisement

ବିଜେଡିର ହାତ ଧରିଲେ ଧନୁର୍ଜୟ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସହିତ ଭାଜପା ଓବିସି ମୋର୍ଚ୍ଚାର ସଭାପତି ମିତ୍ରଭାନୁ ମହାକୁଡ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ସାହୁ, ଯୁଗ୍ମ ସମ୍ପାଦକ ଶେଷଦେବ ବିଶ୍ୱାଳଙ୍କ ସମେତ ବହୁ ନେତା ମିଶି ଥିବା ଧନୁର୍ଜୟ କହିଛନ୍ତି। ବିଜେଡିର ଜିଲା ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ଅଶୋକ ବଳ, ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଉପସ୍ଥିତିରେ ସେ ଯୋଗଦେଇଥିବା ସୂଚନା ଦେଇଛନ୍ତି।

କେବଳ ଦଳୀୟ ପ୍ଲାଟଫର୍ମ ବଦଳିଛି। ଆଉ କିଛି ବଦଳିନାହିଁ ଯେଉଁ ଦଳରେ ଥାଆନ୍ତୁ ନା କାହିଁକି ଏବେ ମଧ୍ୟ ତେଲକୋଇ ନିର୍ବାଚନ ମଣ୍ଡଳୀର ଜୁଆଙ୍ଗ, ଭୂୟାଁ, ଗଣ୍ଡ, ବାଧୁଡି ଆଦି ଆଦିବାସୀଙ୍କ ସହିତ ରହି ତାଙ୍କ ପାଇଁ କାମ କରିବେ ବୋଲି ସେ କହିଛନ୍ତି। ଜିଲାର ବିକାଶ ପାଇଁ କଂଗ୍ରେସ ବା ଭାଜପା ଦଳ ଚାହୁଁ ନାହିଁ। ବିଜେଡି ଦଳରେ ରହି ଲୋକଙ୍କ ବିକାଶ ପାଇଁ କାମ କରିବେ ବୋଲି ସେ କହିଛନ୍ତି। ଧନୁର୍ଜୟ ୨୦୦୪ରେ କଂଗ୍ରେସ ଟିକଟରେ ଲଢି ଚମ୍ପୁଆରୁ ବିଧାୟକ ହୋଇଥିଲେ। ୨୦୦୯ ଓ ୨୦୧୪ ମସିହାରେ କଂଗ୍ରେସ ଦଳରୁ ତେଲକୋଇରୁ ନିର୍ବାଚନ ଲଢି ହାରିଯାଇଥିଲେ। ଭାଜପାରେ ଯୋଗ ଦେଇ ୨୦୧୯ ମସିହାରେ ତେଲକୋଇ ନିର୍ବାଚନ ମଣ୍ଡଳୀରୁ ଲଢି କମ ବ୍ୟବଧାନରେ ହାରି ଯାଇଥିଲେ। ତେବେ ଲୋକଙ୍କ ପାଇଁ ତାଙ୍କର କାମ ଜାରି ରଖିଥିବାବେଳେ ଗତ ନଭେମ୍ବରରେ ଭାଜପାରୁ ଇସ୍ତଫା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share