ମୁମ୍ବାଇ: ସାଉଥ ଅଭିନେତା ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ଛାଡପତ୍ର ହୋଇଛି। ବିବାହର ୨୦ ବର୍ଷ ପରେ ଦମ୍ପତିଙ୍କର ଏବେ ରାସ୍ତା ଅଲଗା ହୋଇଯାଇଛି। ଦୁଇ ବର୍ଷ ପୂର୍ବେ ଅଲଗା ହେବା ଘୋଷଣା କରିବା ପରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ବର୍ତ୍ତମାନ କୋର୍ଟରୁ ଛାଡପତ୍ର ପାଇଛନ୍ତି। ପ୍ରକାଶିତ ଖବର ଅନୁଯାୟୀ ଚେନ୍ନାଇ ପରିବାର କଲ୍ୟାଣ କୋର୍ଟ ଏହି ଦମ୍ପତିଙ୍କ ଛାଡପତ୍ରକୁ ମଞ୍ଜୁର କରିଛନ୍ତି ।
ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଛାଡପତ୍ର ମାମଲା ତିନିଥର ଶୁଣାଣି ହୋଇସାରିଛି। କିନ୍ତୁ ଧନୁଷ ଏବଂ ଐଶ୍ୱର୍ଯ୍ୟା କୌଣସି ସେଶନରେ ଯୋଗ ଦେଇନଥିଲେ।ଐଶ୍ୱର୍ଯ୍ୟା ଗୁରୁବାର କୋର୍ଟରେ ହାଜର ହୋଇଥିଲେ ଯାହା ପରେ ବିଚାରପତି ନଭେମ୍ବର ୨୭ ପାଇଁ ଶୁଣାଣି ସ୍ଥିର କରିଥିଲେ।