ମ୍ୟୁଜିକ ଭିଡିଓ ପାଇଁ ଐଶ୍ୱର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ ଧନୁଷ

ଅଭିନେତା ଧନୁଷ-ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଏବେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଏହି ଖବର ଶୁଣିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ଏବେ ଦୁହିଁଙ୍କୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଛି। ତାହା ପୁଣି ସୋସିଆଲ ମିଡିଆରେ । ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ଐଶ୍ୱର୍ଯ୍ୟାଙ୍କ ନୂଆ ଆଲବମ ଭିଡିଓ ପାଇଁ ଧନୁଷ ଟୁଇଟର ମାଧ୍ୟମରେ ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି, ତୁମର ମ୍ୟୁଜିକ ଭିଡିଓ ପାଇଁ ଶୁଭେଚ୍ଛା ଐଶ୍ୱର୍ଯ୍ୟା। ଭଗବାନ ଆଶୀର୍ବାଦ କରନ୍ତୁ ଏବଂ ଖୁବ୍‌ ଆଗକୁ ବଢ। ଐଶ୍ୱର୍ଯ୍ୟା ମଧ୍ୟ ଏହାର ରିପ୍ଲାଏରେ ଧନ୍ୟବାଦ ଧନୁଷ ବୋଲି ଲେଖିଛନ୍ତି। ଐଶ୍ୱର୍ଯ୍ୟାଙ୍କ ଏକ ମ୍ୟୁଜିକ ଭିଡିଓ ଶୁକ୍ରବାର ରିଲିଜ ହୋଇଛି। ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଐଶ୍ୱର୍ଯ୍ୟାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Share