ହଲିଉଡ୍‌ରେ ଧନୁଷ

ମୁମ୍ବାଇ: ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଜଣେ ଆଗଧାଡିର ଅଭିନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧନୁଷ । ଏହାସହ ସେ ବଲିଉଡର କିଛି ମୁଭିରେ ବି ନଜର ଆସିଛନ୍ତି । ଖୁବଶୀଘ୍ର ଧନୁଷ ହଲିଉଡରେ ନଜର ଆସିବାକୁ ଯାଉଛନ୍ତି । ହଲିଉଡ ମୁଭି ‘ଦ ଗ୍ରେ ମ୍ୟାନ’ରେ ଅଭିନୟ କରିଛନ୍ତି ଏହି ସାଉଥ୍ ସୁପରଷ୍ଟାର । ନେଟଫ୍ଲିକ୍ସରେ ଷ୍ଟ୍ରିମ ହେବାକୁ ଥିବା ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଧନୁଷଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଣ୍ଟୋନି ଓ ଜୋ ରୁଷୋ । ଏଥିରେ ସହଯୋଗ କରିଛନ୍ତି ହଲିଉଡ ଅଭିନେତା ରିୟାନ ଗୋଲିଙ୍ଗ ଓ ଖ୍ରୀସ ଇଭାନ୍ସ । ୨୦୨୧ରେ ଫିଲ୍ମଟି ଶୁଟିଂ ସରିଥିବା ବେଳେ ଏବେ ଏହା ରିଲିଜ୍ ହେବ ବୋଲି ଜଣାପଡିଛି । ଅଭିନେତା ରିୟାନ ଗୋଲିଙ୍ଗ ଓ ଖ୍ରୀସ ଇଭାନ୍ସଙ୍କ ସହ ଏହି ଫିଲ୍ମରେ ସ୍କ୍ରିନ ଶେୟାର କରିଛନ୍ତି ଧନୁଷ ।
ନିକଟରେ ପତ୍ନୀଙ୍କଠାରୁ ଅଲଗା ହେବା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଧନୁଷ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏଥରରର ଚର୍ଚ୍ଚା କିନ୍ତୁ ତାଙ୍କ୍ ପ୍ରଶଂସକଙ୍କୁ ଖୁସି ଦେବ ନିଶ୍ଚୟ ।

Share