ବମ୍ବେ: ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକ୍ରେ ନଜର ଆସିବେ ସାଉଥ୍ ସୁପରଷ୍ଟାର ଧନୁଷ। ଏନେଇ ଆଧିକାରୀକ ଭାବେ ଘୋଷଣା ହୋଇଛି। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ। ସେହିଭଳି ୨୦୨୫ରେ ଏହା ପରଦାକୁ ଆସିବ। କନେକ୍ଟ ମିଡିଆ ଏବଂ ମରକ୍ୟୁରି ଗ୍ରୁପ ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା ଭାର ସମ୍ଭାଳିବେ।
ଇଲାୟାରାଜା ହେଉଛନ୍ତି ଲୋକପ୍ରିୟ ସଂଗୀତଜ୍ଞ, ଗୀତିକାର ଏବଂ ଗାୟିକା। ସେ ନିଜର ସ୍ବରର ଯାଦୁରେ ସଂଗୀତଜଗତରେ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ବିଶେଷକରି ଦକ୍ଷିଣ ଭାରତୀୟ ସିନେମାରେ ତାଙ୍କର ଦବଦବା ରହିଛି। ସେ ନିଜର କ୍ୟାରିୟରରେ ୭ହଜାରରୁ ଅଧିକ ଗୀତ ରଚନା କରିଛନ୍ତି। ସେହିଭଳି ୨୦ ହଜାରରୁ ଅଧିକ କନସର୍ଟରେ ଭାଗ ନେଇଛନ୍ତି। ସଂଗୀତ ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ସମେତ ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ଆଦିରେ ସମ୍ମାନିତ କରାଯାଇଛି। ଏହାଛଡ଼ା ସେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଛନ୍ତି।
ଇଲାୟାରାଜାଙ୍କ ବାୟୋପିକ୍ ନେଇ ଯୋଜନା କରାଯିବା ସମୟାୀ ଧନୁଷ ହିଁ ଶ୍ରେଷ୍ଠ ରହିବେ ବୋଲି ନିର୍ମାତା ଅନୁଭବ କରିଥିଲେ। କିଛି ଦିନରୁ ତାଙ୍କ ନାମକୁ ନେଇ ଆଲୋଚନା ହେଉଥିଲା। ଏବେ ତା ଉପରେ ମୋହର ବାଜିଛି।