ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ ମାସ ବାକି ରହିଥିବା ବେଳେ ଶନିବାର ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଗତବର୍ଷର ଧନୁଯାତ୍ରା ମହୋତ୍ସବ ଉପରେ ଆଲୋଚନା ହୋଇଥିଲା। ଗତ ଧନୁଯାତ୍ରା ମହୋତ୍ସବର ଆୟବ୍ୟୟ ବିବରଣୀ ଉପସ୍ଥାପନ କରାଯାଇଥିଲା। ୨୦୨୩-୨୪ ଧନୁଯାତ୍ରା ମହୋତ୍ସବରେ ସମୁଦାୟ ୨କୋଟି ୨୪ଲକ୍ଷ ୪୧ହଜାର ୪୦୦ ଟଙ୍କା ସଂଗୃହୀତ ହୋଇଥିବାବେଳେ ସେଥିରୁ ୨କୋଟି ୧ଲକ୍ଷ ୬୮ହଜାର ୩୩୭ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଛି। ତେବେ ବିଗତ ରାଜ୍ୟ ସରକାର ବରଗଡ଼ ଧନୁଯାତ୍ରା ପାଇଁ ପ୍ରତ୍ୟେକ ବର୍ଷ ୧୦ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଘୋଷଣା କରିଥିବାବେଳେ ଗତ ୨ବର୍ଷ ହେଲା ତାହା ମିଳି ନ ଥିବା ଜଣାପଡିଛି। ଧନୁଯାତ୍ରାକୁ ରାଜ୍ୟ ସରକାରଙ୍କ ଏଭଳି ଅଣଦେଖା ମନୋଭାବକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପଟେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।
ଧନୁଯାତ୍ରା ମହୋତ୍ସବ ସମତି ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ତଥା ଆବାହକ ସୁରେଶ୍ୱର ଶତପଥୀ ଗତବର୍ଷ ଧନୁଯାତ୍ରାର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ। ଗତ ୨୦୨୩-୨୪ ଧନୁଯାତ୍ରା ମହୋତ୍ସବରେ ସମୁଦାୟ ୨କୋଟି ୨୪ଲକ୍ଷ ୪୧ହଜାର ୪୦୦ ଟଙ୍କା ସଂଗୃହୀତ ହୋଇଥିଲା। ସେଥିମଧ୍ୟରୁ ଜମି ଅଧିଗ୍ରହଣ ବାବଦକୁ ସର୍ବାଧିକ ୨କୋଟି ୯ଲକ୍ଷ ୪୧ହଜାର ୧୨୩ଟଙ୍କା ସଂଗୃହୀତ ହୋଇଥିବାବେଳେ ବିଭନ୍ନ ସୂତ୍ରରୁ ୭୫ହଜାର ଟଙ୍କା ଡୋନେଶନ, କଂସଙ୍କ ଜରିମାନା ବାବଦକୁ ୪୫୦୦ ଟଙ୍କା ଏବଂ ବ୍ୟାଙ୍କରେ ଜମାରାଶିର ସୁଧ ବାବଦକୁ ୧୩ଲକ୍ଷ ୮୦ହଜାର ୨୭୭ଟଙ୍କା ରହିଛି। ଅନ୍ୟପଟେ ୨୦୨୩-୨୪ ଧନୁଯାତ୍ରା ମହୋତ୍ସବରେ ୨କୋଟି ୧ଲକ୍ଷ ୬୮ହଜାର ୩୩୭ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଛି। ସେଥିରୁ ସାଂସ୍କୃତିକ କମିଟି ୨୪ଲକ୍ଷ ୮୦ହଜାର ୮୮୬, ଗୋପପୁର କମିଟି ୧୨ଲକ୍ଷ ୨୯ହଜାର, ରାଜ ଦରବାର ଷ୍ଟେଜ କମିଟି ୧୧ଲକ୍ଷ ୩୦ହଜାର, ରାଜ ଦରବାର ଲାଇଟ୍‌ ଓ ସାଉଣ୍ଡ ବାବଦକୁ ୮ଲକ୍ଷ, ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ ବାବଦକୁ ୧୫ଲକ୍ଷ ୮୮ହଜାର ୫୦୦, ଆଟିଷ୍ଟ କୋର୍ଡିନେଶନ କମିଟି ୧୨ଲକ୍ଷ ୩୪ହଜାର ୯୦୦, ପ୍ରଚାର ପ୍ରସାର କମିଟି ୮ଲକ୍ଷ ୫ହଜାର, ଫୁଡ୍‌ ଆଣ୍ଡ୍‌ ହସ୍ପିଟାଲିଟି କମିଟି ୪ଲକ୍ଷ ୧୭ହଜାର, ଗୋୟଲ ଧର୍ମଶାଳା ୧ଲକ୍ଷ ୫୦ହଜାର, ଜମି ଅଧିଗ୍ରହଣ କମିଟି ୧୫ଲକ୍ଷ ୪୦ହଜାର, ମୁଖ୍ୟ ଗେଟ୍‌ ପାଇଁ ଖର୍ଚ୍ଚ ୧ଲକ୍ଷ ୫୦ହଜାର ଟଙ୍କା ରହିଛି। ସେହିପରି ରଙ୍ଗ ମହଲ ଷ୍ଟେଜ କମିଟି ୨ଲକ୍ଷ ୩୫ହଜାର, ରଙ୍ଗମହଲ ଷ୍ଟେଜ ଲାଇଟ୍‌ ଓ ସାଉଣ୍ଡରେ ୩୨ଲକ୍ଷ ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଛି।
ପ୍ରଦର୍ଶନୀ ପଡ଼ିଆ କାର୍ଯ୍ୟକ୍ରମରେ ୧୨ଲକ୍ଷ ୫୦ହଜାର, ମୁଖ୍ୟ ଲାଇଟ୍‌ରେ ୧୩ଲକ୍ଷ ୭୦ହଜାର, ଲୋକାଲ ଲାଇଟ୍‌ରେ ୧ଲକ୍ଷ ୪୦ହଜାର, ରିସେପ୍ସନ କମିଟି ୨ଲକ୍ଷ ୮୭ହଜାର ୩୦୦, ସ୍ମରଣିକା ବାବଦକୁ ୧ଲକ୍ଷ ୯୫ହଜାର ୧୫୦ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ବିଭିନ୍ନ ଖର୍ଚ୍ଚ ବାବଦକୁ ଟାଉନ ଥାନା ଆଇଆଇସିଙ୍କୁ ୫ଲକ୍ଷ, ମିଡ଼ିଆ ପର୍ସନଙ୍କୁ ୮୬ହଜାର ୪୬୮, ସର୍କିଟ୍‌ ହାଉସକୁ ୧୫ହଜାର, ଅଡ଼ିଟରଙ୍କୁ ୧ଲକ୍ଷ ୭୫ହଜାର, ଟିପିଡବ୍ଲ୍ୟୁଓଡ଼ିଏଲକୁ ୨ଲକ୍ଷ ୭୪ହଜାର ୯୦୭ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ମହେନ୍ଦ୍ର ମହାପାତ୍ର, ପୌରାଧ୍ୟକ୍ଷା କଳ୍ପନା ମାଝିଙ୍କ ସମେତ ଧନୁଯାତ୍ରା ମହୋତ୍ସବ ସମିତିର ବିଭିନ୍ନ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସରକାରଙ୍କ ଜଣେ ପ୍ରତିନିଧି ଭାବେ…

ଭୁବନେଶ୍ୱର,୧୯ା୧୦: ଶନିବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri