Categories: ଜାତୀୟ

ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଏକ ବଡ଼ ବସ ଦୁର୍ଘଟଣା ଘଟିଛି। ଧର ଜିଲାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ନର୍ମଦା ନଦୀରେ ଖସିପଡିଛି। ଏହି ଦୁର୍ଘଟଣାରେ ବସ ଡ୍ରାଇଭରଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାର ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।
ସୂଚନାନୁସାରେ, ଖାଲଘାଟ ସଞ୍ଜୟ ସେତୁ ବ୍ରିଜରେ ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଖସିପଡିଥିଲା। ଧାମନୋଡ ପୋଲିସ ଏବଂ ଖଲଟାକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନର୍ମଦା ନଦୀରେ ଏମ୍‌ଏସ୍‌ଆରଟିସି ବସ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି।

Share