ଅପରାଧୀ କଲା କିଏ

ବର୍ଷୀୟାଙ୍କୁ ଗଣବଳାତ୍କାର ଓ ହତ୍ୟା’। ଜୁଲାଇ ୧୨ରେ ଦେଶର ପ୍ରାୟ ସମସ୍ତ ଖବରକାଗଜରେ ପ୍ରଥମ ପୃଷ୍ଠାର ପ୍ରଥମ ଖବର ଥିଲା ଏହି ଅଭାବନୀୟ ଘଟଣାଟି। ଆନ୍ଧ୍ରପ୍ରଦେଶର ନନ୍ଦୟାଲା ଜିଲା ମୁଚୁମାରୀରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଦୁଇଜଣ ଷଷ୍ଠ ଓ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଗଣବଳାତ୍କାର କଲେ। ଧରାପଡ଼ିଯିବା ଭୟରେ ଛାତ୍ରୀଟିକୁ ତଣ୍ଟି ଚିପି ହତ୍ୟା କରି ନିକଟସ୍ଥ କେନାଲକୁ ଫିଙ୍ଗିଦେଲେ। ଅନୁରୂପ ଘଟଣାଟିଏ ଘଟିଥିଲା ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ୨୦୨୧ ଜାନୁଆରୀ ପହିଲାରେ। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ୩ ଜଣ ନାବାଳକ ବଳାତ୍କାର କରି ହତ୍ୟା କରିଥିଲେ। ଅନ୍ୟ ଏକ ଘଟଣା: ମୋବାଇଲ୍‌ରୁ ଅଶ୍ଳୀଳ ଭିଡିଓ ଦେଖି ୬ ଜଣ ନାବାଳକ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୀର୍ଘ ୨ ମାସ ଧରି ଲଗାତର ବଳାତ୍କାର କରି ଆସୁଥିବା ଘଟଣାଟି ଲୋକଲୋଚନକୁ ଆସିଥିଲା। ଘଟଣାଟି ଘଟିଥିଲା ୨୦୨୨ରେ ଲକ୍ଷ୍ନୌ ସହରରେ। ଆମ ରାଜ୍ୟର ବ୍ରହ୍ମପୁରଠାରେ ଜଣେ ୧୦ ବର୍ଷର ବାଳିକାଙ୍କୁ ୩ ଜଣ ନାବାଳକ ବଳାତ୍କାର କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବହୁଚର୍ଚ୍ଚିତ ୨୦୧୨ ଡିସେମ୍ବର ୧୬ ଦିଲ୍ଲୀର ନିର୍ଭୟା ଗଣବଳାତ୍କାରରେ ଜଣେ ନାବାଳକ ଜଡ଼ିତ ଥିଲେ ଏବଂ ସେ ଅତ୍ୟନ୍ତ କ୍ରୂର ଭାବରେ ନିର୍ଭୟାଙ୍କ ପ୍ରତି ଆଚରଣ ପ୍ରଦର୍ଶନ କରିଥିଲେ। ଏମିତି ତ ଶହ ଶହ ଘଟଣା। ମାତ୍ର ଅଳ୍ପ କେତୋଟି ଲୋକଲୋଚନକୁ ଆସୁଛି।

ନାବାଳକଙ୍କ ଅପରାଧ କେବଳ ବଳାତ୍କାରରେ ସୀମିତ ହୋଇ ରହିନାହିଁ। ଚୋରି, ରାହାଜାନି, ଅସଦାଚରଣ ଓ ହତ୍ୟା ଭଳି ଘଟଣାରେ ମଧ୍ୟ ସେମାନେ ଜଡ଼ିତ ଥିବା ଜଣାପଡ଼ିଛି। ଗତବର୍ଷ ଦିଲ୍ଲୀରେ ୮ ଜଣ ନାବାଳକ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କୁ ପିଟିପିଟି ହତ୍ୟା କଲେ। ମୋରଦାବାଦରେ ୩ ଜଣ ନାବାଳକ ତାଙ୍କର ସାଥୀ ସହ ଯୁକ୍ତିତର୍କରୁ ଉତ୍ତେଜିତ ହୋଇ ତାକୁ ଛୁରି ଭୁସି ହତ୍ୟା କଲେ। ଗତ ବର୍ଷ ଦେଶରେ ୧୫୨ ଜଣ ନାବାଳକଙ୍କୁ ହତ୍ୟା ଅପରାଧରେ ଗିରଫ କରାଯାଇଥିଲା। କେବଳ ଦିଲ୍ଲୀରେ ପ୍ରତି ବର୍ଷ ୧୦ ଜଣ ନାବାଳକ ହତ୍ୟା ଅପରାଧରେ ଜଡ଼ିତ ହୋଇ ପଡ଼ୁଥିବା ଜଣାପଡ଼ିଛି। ଗୁରୁଗାଓଁରେ ଜଣେ ନାବାଳକ ୨ ଜଣ ଯୁବକଙ୍କ ସହ ମିଶି ୬ଟି ଗାଡ଼ି ଚୋରି କରି ଧରା ପଡ଼ିଥିଲେ। ଏଥିରେ ନାବାଳଙ୍କର କୁଆଡ଼େ ମୁଖ୍ୟ ଭୂମିକା ଥିଲା। ନିକଟରେ ଗୁଜରାଟର ଅହମଦାବାଦରେ ଅନାଥ ଶିଶୁ ଓ ବାଳିକାମାନଙ୍କୁ ମାଦକ ଦ୍ରବ୍ୟ ଚୋରା ଚାଲାଣରେ ନିୟୋଜିତ କରାଯାଉଥିବା ର଼୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି।

ଜାତୀୟ ଅପରାଧ ବ୍ୟୁରୋର ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ ଭାରତରେ ୩୦,୫୫୫ଟି ଅପରାଧ ନାବାଳକଙ୍କ ଦ୍ୱାରା ସଂଘଟିତ ହୋଇଛି। ୪,୪୦୬ ମାମଲାକୁ ନେଇ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଦେଶରେ ଘଟୁଥିବା ମୋଟ ହତ୍ୟା ଓ ବଳାତ୍କାରର ଶତକଡ଼ା ୮ ଭାଗ କେବଳ ନାବାଳକଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଉଛି। ଶତକଡ଼ା ୭୨ ଭାଗ ଚୋରି ଡକାୟତିରେ ନାବାଳକମାନେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ୧୬ରୁ ୧୮ ବର୍ଷ ବୟସର ନାବାଳକଙ୍କ ଦ୍ୱାରା ଶତକଡ଼ା ୬୭ ଭାଗ ଅପରାଧ ସଂଘଟିତ ହେଉଥିବା ବେଳେ ୩୩ ଭାଗ ଅପରାଧ ୭ରୁ ୧୫ ବର୍ଷ ବୟସର ପିଲାଙ୍କ ଦ୍ୱାରା ହେଉଛି। ପ୍ରତ୍ୟେକ ଦିନ ଦେଶରେ ୮୫ଟି ବାଳ ଅପରାଧ ଘଟୁଥିବା ବେଳେ ଏଥିରେ ସମ୍ପୃକ୍ତ ୧୦୦ ଜଣଙ୍କୁ ଗିରଫ କରାଯାଉଛି। ୩ ଜଣ ନାବାଳକ କେବଳ ବଳାତ୍କାର ଭଳି ଘଟଣାରେ ଜଡ଼ିତ ହୋଇ ଯାଉଛନ୍ତି। ଓଡ଼ିଶାରେ ବାଳ ଅପରାଧ ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୭ରେ ୫,୬୧୧ଟି ବାଳ ଅପରାଧ ଘଟିଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୧୦,୨୪୬ରେ ଆସି ପହଞ୍ଚତ୍ଛି।
ଦେଶରେ ନାବାଳକଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଅପରାଧ ଯେପରି ଭାବେ ବୃଦ୍ଧିପାଉଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ନାବାଳକମାନେ ପ୍ରାପ୍ତବୟସ୍କଙ୍କ ଭଳି ଅପରାଧ ଘଟାଉଥିବା ଦେଖାଯାଉଛି। ସୁତରାଂ ଗୁରୁତର ଅପରାଧ କରୁଥିବା ନାବାଳକମାନଙ୍କୁ ବୟସ୍କଙ୍କ ପରି ଶାସ୍ତି ଦେବାକୁ ବିଭିନ୍ନ ସ୍ତରରେ ଦାବି ହୋଇ ଆସୁଥିଲା। ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାକୁ ଦୃଷ୍ଟିରେ ରଖି ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ସଂଶୋଧନ ଅଣାଯାଇ ୨୦୧୫ ମସିହାରେ ପାର୍ଲାମେଣ୍ଟରେ ଏକ ବିଲ୍‌ ଗୃହୀତ ହେଲା। ୧୬ରୁ ୧୮ ବର୍ଷ ବୟସର କୌଣସି ନାବାଳକ ଯଦି ଗୁରୁତର ଅପରାଧ କରେ ତେବେ ତାକୁ ପ୍ରାପ୍ତବୟସ୍କ ଭାବେ ଧରି ନେଇ ତା’ର ବିଚାର କରିବାକୁ ଆଇନ କରାଗଲା। ୨୦୧୬ ଜାନୁଆରୀ ୧୫ ତାରିଖଠାରୁ ଏହାକୁ କାର୍ଯ୍ୟକାରୀ କରାଗଲା।
ଆଇନରେ ସଂଶୋଧନ ସତ୍ତ୍ୱେ ଦେଶରେ ବାଳ ଅପରାଧ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ତେଣୁ ଆଇନର ଭୟ ଅପେକ୍ଷା ଅପରାଧର କାରଣ ନିରୂପଣ କରି ତାହାର ନିରାକରଣ କରିପାରିଲେ ବାଳ ଅପରାଧକୁ ନିୟନ୍ତ୍ରଣ କରାଯାଇପାରେ।

ସମାଜ ବିଜ୍ଞାନୀ ଓ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ଅଭିଭାବକମାନେ ପିଲାର ମାନସିକ ସ୍ବାସ୍ଥ୍ୟ ପ୍ରତି ଅଧିକ ଯନତ୍ବାନ୍‌ ହେବା ଆବଶ୍ୟକ। ପିଲାମାନେ ଯେଉଁ ଅପରାଧରେ ଜଡ଼ିତ ହୋଇଯାଉଥିବାର ଦେଖାଯାଉଛି ତାହାର ଭଲମନ୍ଦ ଦିଗ ସମ୍ପର୍କରେ ପିଲାଙ୍କୁ ସଚେତନ କରାଯିବା ଜରୁରୀ। ପିଲାର ସାଙ୍ଗସାଥୀମାନଙ୍କ ଚାଲିଚଳଣ ଓ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖି ଆବଶ୍ୟକ ସ୍ଥଳେ ପ୍ରତିକାର କରାଯିବା ଦରକାର। କାରଣ କୁସଙ୍ଗରେ ପଡ଼ି ପିଲାମାନେ ଅବାଟକୁ ଚାଲିଯିବାର ବହୁ ଦୃଷ୍ଟାନ୍ତ ରହିଛି। ଅତ୍ୟଧିକ ଆକଟ କିମ୍ବା କୋହଳ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ପାରିବାରିକ ଅଶାନ୍ତି ପିଲାମାନଙ୍କ୍‌ୁ ଅସୁଖୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ସେମାନଙ୍କୁ ଅସାମାଜିକ କରି ଗଢ଼ି ତୋଳିବାରେ ସାହାଯ୍ୟ କରେ। ଏଥିପ୍ରତି ଅଭିଭାବକମାନେ ସତର୍କ ରହିବା ଜରୁରୀ।

ସାମାଜିକ ଗଣମାଧ୍ୟମ, ଅନ୍‌ଲାଇନ୍‌ ଗେମ୍‌, ଏଆଇ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଭାବ କୋମଳମତି ବାଳକବାଳିକାମାନଙ୍କୁ ଖୁବ୍‌ଶୀଘ୍ର ପ୍ରାପ୍ତବୟସ୍କ କରିପକାଉଛି। ପାଠପଢ଼ା ସମୟ ପରେ ଖେଳକୁଦ, ନୃତ୍ୟଗୀତ, ଚିତ୍ରକଳା, ସ୍କାଉଟ୍‌-ଗାଇଡ୍‌ ଆଦି କାର୍ଯ୍ୟରେ ପିଲାମାନଙ୍କୁ ନିଯୁକ୍ତ କରିପାରିଲେ ସେମାନେ ସ୍ମାର୍ଟ ଫୋନ୍‌ଠାରୁ ଦୂରେଇ ରହିପାରିବେ।

ଏଇଟା ନିରାଟ ସତ୍ୟ ଯେ କେହି କେବେ ଅପରାଧୀ ହୋଇ ଜନ୍ମ ନେଇ ନ ଥାଏ। ଦାରିଦ୍ର୍ୟ, କୁସଙ୍ଗ, ମୁରବିଶୂନ୍ୟତା ସହିତ ପ୍ରଦୂଷିତ ସାମାଜିକ ପରିବେଶ ହିଁ କୋମଳମତି ପିଲାମାନଙ୍କୁ ଅସାମାଜିକ ଓ ଅପରାଧୀ ରୂପେ ଗଢ଼ି ତୋଳେ। ତେଣୁ ସମସ୍ତେ ମିଳିତ ଭାବେ ଏସବୁ ଦିଗ ପ୍ରତି ସତର୍କ ରହିବା ସହିତ ପ୍ରତିଷେଧାମତ୍କ ପଦକ୍ଷେପ ନେଇପାରିଲେ ଆମ ସମାଜକୁ ବାଳ ଅପରାଧମୁକ୍ତ କରିପାରିବା।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri