ପିଲା ଚୋରି ଓ ପୋଲିସ

ଭୁବନେଶ୍ୱର ରାମମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ଜୟନ୍ତୀ ମଲ୍ଲିକ ନାମ୍ନୀ ଦୃଷ୍ଟିବାଧିତ ମହିଳାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଚୋରି ହେବା ରାଜଧାନୀରେ ପିଲା ଚୋର ର଼୍ୟାକେଟ୍‌ର ସକ୍ରିୟତାକୁ ଦର୍ଶାଇଛି। ଏପ୍ରିଲ ୧୨ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଜୟନ୍ତୀ ଖାରବେଳନଗର ଥାନାରେ ଏ ସଂକ୍ରାନ୍ତରେ ଏଫ୍‌ଆଇଆର୍‌ ଦାଏର କରିଥିଲେ। ବର୍ତ୍ତମାନ ଏହି ଘଟଣାରେ ପୋଲିସ ଜଣକୁ ଅଟକରଖିଛି। ଜୟନ୍ତୀ ନୀଳାଦ୍ରିବିହାର ସ୍ଥିତ କନ୍ୟାଶ୍ରମରେ ରହି ଭିକ ମାଗି ଚଳୁଥିଲେ ଏବଂ ତାଙ୍କର ଆଉ ଜଣେ ୭ ବର୍ଷର ଝିଅ ଅଛି। ଉଲ୍ଲେଖନୀୟ ଯେ, ଜୟନ୍ତୀଙ୍କ ସ୍ବାମୀ ମଧ୍ୟ ଜଣେ ଦୃଷ୍ଟିବାଧିତ ଏବଂ ସେ ସତ୍ୟନଗର ବସ୍ତିରେ ରହି ଭିକ୍ଷା ମାଗି ଚଳନ୍ତି, ଅବଶ୍ୟ ଉଭୟେ ଅଲଗା ରହୁଛନ୍ତି। ଜୟନ୍ତୀଙ୍କ ଶିଶୁପୁତ୍ର ଚୋରି ଘଟଣା ପ୍ରଥମ ନୁହେଁ, ଏଭଳି ପିଲା ଚୋରି ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ବାରମ୍ବାର ଘଟୁଛି। ଏମିତିକି ସୁରକ୍ଷା କୋହଳ ଥିବା ହସ୍ପିଟାଲଗୁଡ଼ିକରୁ ପିଲା ଚୋରିହେବା ଖବର ବହୁ ସମୟରେ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ପିଲା ନିଖୋଜ ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଫେବୃଆରୀ ୧୭ରେ ରାଜ୍ୟ ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ୫ ବର୍ଷରେ ୧,୮୫୭ ପିଲା ଉଦ୍ଧାର କରାଯାଇଥିବାବେଳେ ୮,୪୦୩ ନିଖୋଜ ଅଛନ୍ତି। ପିଲାଙ୍କର ଏହି ସଂଖ୍ୟା ବ୍ୟତୀତ ମହିଳା ଏବଂ ସାବାଳିକା ସଂଖ୍ୟା ମିଶିଲେ ତାହା ଯଥେଷ୍ଟ ଅଧିକ ହେବ। ଚୋରି କରିନିଆଯାଉଥିବା ନାବାଳିକା କିମ୍ବା ନାବାଳକଙ୍କୁ ଦଲାଲମାନେ ଚଢ଼ା ଦରରେ ବିକ୍ରି କରିଦେଇଥାନ୍ତି। ସେମାନଙ୍କ ଜାଲ ସାରା ଭାରତରେ ଖେଳାଇ ହୋଇରହିଛି। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ସ୍ଥାନରୁ ପିଲାଙ୍କୁ କିମ୍ବା ମହିଳାଙ୍କୁ ନେଇଥାଏ ତାହାର ଭୂମିକା ମାତ୍ର ଘଣ୍ଟେ କିମ୍ବା ୨ଘଣ୍ଟାରେ ଶେଷ ହୋଇଯାଏ। ଅପହୃତ ପିଲାକୁ ଦିନକ ମଧ୍ୟରେ ୧୦ରୁ ୧୨ ହାତ ଦେଇ ସହର କିମ୍ବା ଜିଲା ବାହାରକୁ ପଠାଇଦିଆଯାଏ। ସାଧାରଣତଃ ରେଳ ଏବଂ ଟ୍ୟାକ୍ସି ବ୍ୟବହାରକରି ଅପହୃତମାନଙ୍କୁ ସ୍ଥାନାନ୍ତରିତ କରାଯାଏ। ଯେଉଁ ଘଟଣାରେ ଅଧିକ ଗଣମାଧ୍ୟମ କିମ୍ବା ସାମାଜିକ ଦୃଷ୍ଟି ପଡ଼ିଥାଏ ସେହି କ୍ଷେତ୍ରରେ ଅପହୃତଙ୍କୁ ସମ୍ପୃକ୍ତ ସହର ବା ଜିଲାର ଏକ ନିଛାଟିଆ ଜାଗାରେ ବନ୍ଦ ଘରେ କିଛିଦିନ ପାଇଁ ରଖାଯାଏ। ପରିସ୍ଥିତି ଶାନ୍ତ ପଡ଼ିଲା ପରେ ସେହି ପିଲାକୁ ପୁନର୍ବାର ସ୍ଥାନାନ୍ତରିତ କରାଯାଏ ଏବଂ ଶେଷରେ ସାଧାରଣତଃ ସେହି ରାଜ୍ୟ ବାହାରେ ପୋଷ୍ୟ ସନ୍ତାନ ଖୋଜୁଥିବା ଦମ୍ପତିଙ୍କୁ ପିଲା ବିକ୍ରି ହୋଇଥାଏ। ସାବାଳିକା କିମ୍ବା ମହିଳା ହୋଇଥିଲେ ବେଶ୍ୟାବୃତ୍ତି ପାଇଁ ବଡ଼ ସହରକୁ ପଠାଇ ଦିଆଯିବା ପରେ ତାଙ୍କର କୌଣସି ନାମଗନ୍ଧ ମିଳିବା ସମ୍ଭବପର ହୁଏ ନାହିଁ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସେହି ଅଞ୍ଚଳର ପୋଲିସ ଆଶୀର୍ବାଦ ଓ ସକ୍ରିୟ ସହଯୋଗ ଦ୍ୱାରା ହୋଇଥାଏ।

ପିଲା ଚୋରି କିମ୍ବା ନିଖୋଜ ହେବା ପଛରେ ଅନେକ କାରଣ ଅଛି। ପ୍ରଥମରେ ମାତାପିତାଙ୍କ ଦାରିଦ୍ର୍ୟ ସେମାନଙ୍କ ନିଜ ସନ୍ତାନଙ୍କୁ ଅଣଦେଖା କରିବା ପରିଲକ୍ଷିତ ହୋଇଥିଲେ ଏଭଳି ଚୋରି ହୁଏ। ଏହା ବ୍ୟତୀତ ପୋଷ୍ୟ ସନ୍ତାନ ଗ୍ରହଣରେ ବିଳମ୍ବ ଘଟିଲେ ସେହି ଦମ୍ପତିଙ୍କ ଦ୍ୱାରା ଦଲାଲ ଉତ୍ସାହିତ ହୋଇଥାଏ। ଦେଖାଯାଏ ନିଃସନ୍ତାନମାନେ ଆଇନଗତ ଉପାୟରେ ପୋଷ୍ୟ ଭାବେ ୨ ବର୍ଷରୁ କମ୍‌ ବୟସର ପିଲାଟିଏ ପାଇବାକୁ ୨ରୁ ୪ ବର୍ଷ ଅପେକ୍ଷା କରୁଛନ୍ତି। ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ(୨୦୧୫) ଅନୁଯାୟୀ ଏହା ହୋଇଥାଏ। ପୋଷ୍ୟ ପିଲା ଭଲଭାବେ ରହିପାରିବ କି ନାହିଁ ତା’ ଉପରେ ଯାଞ୍ଚ କରାଯାଏ। ଏହା ସହ ପୋଷ୍ୟ ପିଲା ପାଇଁ ଯେତେଜଣ ଆବେଦନ କରୁଛନ୍ତି ସେମାନଙ୍କ ସଂଖ୍ୟା ଅନୁସାରେ ପିଲା ମିଳୁନାହାନ୍ତି। ଏଣୁ ଅପେକ୍ଷାରତ ମହିଳା କିମ୍ବା ପୁରୁଷ କୌଣସି ଉପାୟରେ ପିଲାଟିଏ ପାଇବାର ଲାଳସା ର଼୍ୟାକେଟ ପାଇଁ ସୁଯୋଗ ହୋଇଯାଉଛି। ଏହା ମଧ୍ୟ କୁହାଯାଇପାରେ, ଭାରତର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ହେଉଥିବା ପିଲା ଚୋରି ଘଟଣା ପୋଲିସର ଅଜାଣତରେ ହେବା କଷ୍ଟକର। ଦେଖାଯାଇଥାଏ ଯେ, ପୋଲିସ ଅନେକ ସମୟରେ ଚାପ ଓ ପରିସ୍ଥିତିକୁ ନେଇ ପିଲା ଖୋଜିଆଣି ଫେରାଇପାରନ୍ତି। ଏହା ସ୍ପଷ୍ଟ ଯେ, ପୋଲିସ ଏଥିରେ ଜଡ଼ିତ ଓ ଏହା ସେମାନଙ୍କ ଜ୍ଞାତରେ ଘଟୁଛି। ତେବେ ଅପରାଧ ରୋକିବାରେ ପୋଲିସର ସ୍ବଚ୍ଛତା ରହିଲେ ହୁଏତ ଏ କ୍ଷେତ୍ରରେ କିଛି ସୁଧାର ଆସିପାରିବ। ଏହା ସହ ପୋଷ୍ୟ ସନ୍ତାନ ଗ୍ରହଣ କରିବାରେ ଥିବା ଆଇନଗତ ଜଟିଳତା ତଥା ପ୍ରଶାସନିକ ବାଧା ଦୂରହେଲେ ପିଲା ଚୋରି ହୁଏତ ଅନେକାଂଶରେ କମିପାରିବ। କିନ୍ତୁ ଅନ୍ୟପଟେ ଏକ ବିରାଟ ଭୟ ମଧ୍ୟ ରହୁଛି। ପୋଷ୍ୟ ସନ୍ତାନ ଭାବେ ହେଉଥିବା ମାତାପିତାଙ୍କର ଚରିତ୍ର ସମ୍ପର୍କରେ ଜାଣିବା ଅତ୍ୟନ୍ତ କଷ୍ଟକର। ସେଥିପାଇଁ ପୋଷ୍ୟ ପିଲାକୁ କିଭଳି ଭାବେ ବ୍ୟବହାର କରାଯାଉଛି ତାହା ପରବର୍ତ୍ତୀ ସମୟରେ ଯାଞ୍ଚ କରିବା ଏକ ପ୍ରକାର ଅସମ୍ଭବ। ଏହା ବ୍ୟତୀତ ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସଚେତନତା ସୃଷ୍ଟିକରିବା ଉପରେ ଗୁରୁତ୍ୱ ଦେବା ଦରକାର। ତେବେ ଯଦି ପିଲାଚୋରି ପୋଲିସ ଜାଣତରେ ଘଟିବ ତେବେ ଏହାକୁ ନିୟନ୍ତ୍ରଣକରିବା କାଠିକର ପାଠ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା...

କେନ୍ଦ୍ରୀୟ ଡେପୁଟେଶନରେ ଯିବେ ଆଇଏଏସ୍‌ Nikunja Bihari Dhal, ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର,୧୮।୪: କେନ୍ଦ୍ରକୁ ଯିବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର୍‌ ଏହି ଆଇଏଏସ୍‌ ଅଫିସର ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ...

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ...

ଭଗବଦ୍ ଗୀତା, ନାଟ୍ୟଶାସ୍ତ୍ରକୁ ମିଳିଲା ୟୁନେସ୍କୋ ସମ୍ମାନ, ପ୍ରଧାନମନ୍ତ୍ରୀ କହିଲେ ‘ଗର୍ବର ମୁହୂର୍ତ୍ତ’

ନୂଆଦିଲ୍ଲୀ ,୧୮।୪: ଭାରତର ସାଂସ୍କୃତିକ ଓ ଦାର୍ଶନିକ ଐତିହ୍ୟକୁ ଏକ ଐତିହାସିକ ସ୍ୱୀକୃତି ଭାବେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ...

ଓ୍ବାଲର୍‌ଡ ପ୍ରେସ୍‌ ଫଟୋ ଅଫ୍‌ ଦି ଇୟର: ଜାଣନ୍ତୁ ଫଟୋରେ ଥିବା ବାଳକ ଜଣଙ୍କ କିଏ

ଦି ହଗ୍‌, ୧୮।୪:ଗାଜାରେ ଇସ୍ରାଏଲର ଆକ୍ରମଣରେ ୨ ହାତ ହରାଇଥିବା ପାଲେଷ୍ଟିନୀୟ ବାଳକଙ୍କ ଫଟୋକୁ ୨୦୨୫ ବର୍ଷ ପାଇଁ ଓ୍ବାଲର୍‌ଡ ପ୍ରେସ୍‌ ଫଟୋ ଅଫ୍‌ ଦି...

ଆସିଗଲା ନୂଆ ଟେକ୍‌ନିକ୍‌: ଏବେ ଭୂମିକମ୍ପ ହେବା ମାତ୍ରେ ପବନରେ ଉଡ଼ିବ ଘର, ରହିବନି ବିପଦ

ନୂଆଦିଲ୍ଲୀ,୧୮।୪: ପ୍ରତିଦିନ ସାରା ବିଶ୍ୱରେ ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଛି ଯାହା ଆଶ୍ଚର୍ଯ୍ୟଜନକ। ଜାପାନରେ ସମାନ ପ୍ରକାରର ଏକ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଛି। ଜାପାନୀ କମ୍ପାନୀ...

ଆଗାମୀ ୫ ବର୍ଷରେ କ୍ରୀଡ଼ା ବିକାଶ ପାଇଁ ୪,୨୧୪ କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର, ୧୮ା୪: ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image