ଏଇ ଭାରତରେ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରୁ ଖାରେ ନାମକ ଜଣେ ବ୍ୟକ୍ତି ପ୍ରାଣୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଚାକିରିରୁ ସମୟ ବାହାର କରି ଅସହାୟ ପ୍ରାଣୀଙ୍କ ସୁରକ୍ଷାରେ ସେ ଲାଗିଛନ୍ତି। ମୁଖ୍ୟତଃ ମା’ଠାରୁ ଅଲଗା ହୋଇଯାଇଥିବା ମାଙ୍କଡ଼ ଛୁଆଙ୍କ ଯତ୍ନ ନେଉଛନ୍ତି। ସେ ମଧ୍ୟ ଅନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରୁଛନ୍ତି। ଏହି କାର୍ଯ୍ୟ କରିବା ଲାଗି ତାଙ୍କ ନେତୃତ୍ୱରେ ସେ ଏକ ଏନ୍‌ଜିଓ ଗଠନ କରିଛନ୍ତି । ସେ ମଧ୍ୟ ଏକ ଟିମ୍‌ ଗଠନ କରିଛନ୍ତି ।

ଏହି ଟିମ୍‌ ପ୍ରାଣୀ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛି। ମୋଟରେ ଏଯାବତ ଚାରୁ ଓ ତାଙ୍କ ଟିମ୍‌ ୫,୦୦୦ ପ୍ରାଣୀଙ୍କୁ ଉଦ୍ଧାର କରିସାରିଲେଣି। ସେମାନେ ପ୍ରାଣୀଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା କରୁଛନ୍ତି, ଖାଇବାକୁ ଦେଉଛନ୍ତି ଓ ସୁସ୍ଥ ହେଲା ପରେ ଜଙ୍ଗଲରେ ଛାଡ଼ି ଦେଉଛନ୍ତି। ତେବେ ସେ ଉଦ୍ଧାର କରୁଥିବା ଅନେକ ପ୍ରାଣୀ ଚିକିତ୍ସା ପରେ ମଧ୍ୟ ପଙ୍ଗୁ ହୋଇଯାଉଛନ୍ତି । ତେଣୁ ଏମାନଙ୍କ ରହିବା ଲାଗି ଚାରୁ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ଏବେ ସୁଦ୍ଧା ୭୦ କୁକୁର, ୨୫ ବିଲେଇ ଓ ୫ଟି ପକ୍ଷୀ ଆଶ୍ରୟସ୍ଥଳୀରେ ଅଛନ୍ତି। ଏହାବ୍ୟତୀତ ପକ୍ଷାଘାତରେ ପୀଡ଼ିତ ପ୍ରାଣୀଙ୍କ ପାଇଁ ଥେରାପି ବ୍ୟବସ୍ଥା ରହିଛି। ଏତେଗୁଡ଼ିକ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କଠାରୁ ସେ ଦାନ ଆକାରରେ ଗ୍ରହଣ କରୁଛନ୍ତି। ସେହି ଅର୍ଥରେ ଚାରୁ ତାଙ୍କ ଉଦ୍ଧାର କାର୍ଯ୍ୟ ଆଗକୁ ବଢାଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଖାନ୍ତୁ ଫୋନ ଶିଷ୍ଟାଚାର

ଜଗତ୍‌ସିଂହପୁର ଜୟବଡ଼ ଗ୍ରାମର ୨୨ ବର୍ଷୀୟ ଛାତ୍ର ସୂର୍ଯ୍ୟକାନ୍ତ ମୋବାଇଲ ଫୋନ୍‌ରେ ଅନ୍‌ଲାଇନ ଗେମ ଖେଳୁଥିଲା। ଏଥିପ୍ରତି ଆସକ୍ତ ଯୋଗୁ ସେ ନିଜର ସବୁ ଦାୟିତ୍ୱ...

କିଛି ଗୋପନୀୟ ରହିବ ନାହିଁ

ଆଦିମ ଅବସ୍ଥାରେ ଆମେ ଲଙ୍ଗଳା ଥିଲୁ, ମଣିଷମାନେ ଅନ୍ୟ ପ୍ରାଣୀ ଭଳି ଜୀବନଯାପନ କରୁଥିଲେ, ଲଜ୍ଜା ଧାରଣା ନ ଥିଲା। ଏବେ ଏକବିଂଶ ଶତାବ୍ଦୀର ତୃତୀୟ...

ଭୂତଳ ଜଳ ଚିନ୍ତା

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗ୍ରାଉଣ୍ଡ ଓ୍ବାଟର କ୍ୱାଲିଟି ଇନ୍‌ ଶାଲୋ ଆକ୍ୱିଫାୟର୍ସ ଅଫ୍‌ ଇଣ୍ଡିଆ ସର୍ଭେ ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ଯେ,...

ଅଜ୍ଞାନତା ଦୁଃଖର କାରଣ

ଶିକ୍ଷା ମଣିଷକୁ ପଶୁତ୍ୱରୁ ମାନବତ୍ୱକୁ ଉନ୍ନୀତ କରେ। ଆମେରିକାର ଦାର୍ଶନିକ ଜନ୍‌ ଡୁୱେ କହିଲେ, ”ଶିକ୍ଷା ଜୀବନର ପ୍ରସ୍ତୁତି ନୁହେଁ, ଶିକ୍ଷା ହେଉଛି ଜୀବନ।“ ଶିକ୍ଷାର...

ଆମ ଦୃଷ୍ଟିକୋଣ ଆମ ଜୀବନ

ଆଖି ରୂପବାନକୁ ଦେଖିଲାବେଳେ ମନ ରୂପହୀନକୁ ଦେଖିଥାଏ। ବୁଦ୍ଧି ଅରୂପ ବିଷୟରେ ବିଚାର କରିଥାଏ। ଦୃଷ୍ଟିକୋଣ ହେଉଛି ”ଏକ ସୁଶିକ୍ଷିତ ପ୍ରବୃତ୍ତି, ଯାହା ଏକ ନିର୍ଦ୍ଦିଷ୍ଟ...

ଏଟିଏମ୍‌ ଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଟୋମେଟେଡ୍‌ ଟେଲର ମେଶିନ (ଏଟିଏମ୍‌)ରୁ ଅର୍ଥ ଉଠାଣ ଉପରେ ଆସନ୍ତା ମେ’ ପହିଲାରୁ ଫି’ ବୃଦ୍ଧି ହେବା ନେଇ ଘୋଷଣା...

ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ।...

ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image