ଧରିତ୍ରୀ ପ୍ରଭାବ: ବଦଳିଲେ କନିଷ୍ଠ ଯନ୍ତ୍ରୀ

ମୋରଡ଼ା,୪ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କ ବାରିପଦା ବ୍ଲକକୁ ବଦଳି ହୋଇଛି। ଜିଲାପାଳଙ୍କ ଚିଠି ସଂଖ୍ୟା ୧୨୯୮୪/୨ା୪ା୨୩ରୁ ଏହି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ଦାସ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାର ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଫଳକ ବାବଦରେ ୧୦,୬୦୦ ଟଙ୍କା ଲେଖାଏ ଠିକାଦାରଙ୍କଠାରୁ ଆଦାୟ କରିଥିବା ନେଇ ନଭେମ୍ବର ୪ ତାରିଖରେ ଲୋକପ୍ରତିନିଧି ଓ ଠିକାଦାରମାନେ ମୋରଡ଼ା ବିଡିଓ ଜୟକୃଷ୍ଣ ପାତ୍ରଙ୍କଠାରେ ଅଭିଯୋଗ କରିଥିଲେ। ୭ ଦିନ ମଧ୍ୟରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୨ ସପ୍ତାହରୁ ଅଧିକ ସମୟ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ଏ ସମ୍ପର୍କରେ ନଭେମ୍ବର ୨୯ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ତେବେ ଏହି ବଦଳି ନିଷ୍ପତ୍ତିିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଞ୍ଚଳବାସୀ। ସମ୍ପୃକ୍ତ ଯନ୍ତ୍ରୀଙ୍କ ବଦଳି ପଛରେ ଜଣେ ଜନପ୍ରତିନିଧିଙ୍କ ହାତ ଅଛି ବୋଲି ଆଲୋଚନା ହେଉଛି। କେବଳ ବଦଳି ନୁହେଁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି l

Share