୫୦ ବର୍ଷରେ ପଦାର୍ପଣ କଲା ‘ଧରିତ୍ରୀ’ ଖବରକାଗଜ: ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର,୨୪।୧୧: ‘ଧରିତ୍ରୀ’ ଖବରକାଗଜ ୫୦ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିଆରା ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ବାଲୁକାକଳା ଧରିତ୍ରୀର ‘୫୦ ତମ ଜନ୍ମଦିନ ବିଶେଷାଙ୍କ’ ପ୍ରଚ୍ଛଦରେ ସ୍ଥାନିତ ହୋଇଛି। ଏହା ସହ ଏଥିରେ ‘ଉତ୍କର୍ଷର ୫୦ ବର୍ଷ’ ବୋଲି ଲେଖାଯାଇଛି।
୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ କନେକ୍ଲେଭ’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ ଚେଞ୍ଜ: ଦି ପାଥ ଆହେଡ’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୂ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା କରିବା ପାଇଁ ଆଜି ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନେକ୍ଲେଭରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

Share