Posted inଫୁରସତ

ପିଲା ମୋବାଇଲ ଛାଡି ବହି ଧରନ୍ତୁ

ଖବରକାଗଜ ଓ ପତ୍ରପତ୍ରିକା ବିନା ଏକ ଆଧୁନିକ ସମାଜର କଥା ଚନ୍ତା କରାଯାଇ ନ ପାରେ। ଯାହାକୁ ଖୁବ୍‌ ଭଲଭାବେ ଅନୁଭବ କରିଛନ୍ତି ଅନେକ ମଣିଷ। ଯେଉଁଥିପାଇଁ ସେମାନେ ବିଭିନ୍ନ ଭାଷାର ଦୈନିକ ଖବରକାଗଜ, ସପ୍ତାହିକ, ପାକ୍ଷିକ, ମାସିକ, ତୈୟମାସିକ, ଷାଣ୍ମାସିକ ଓ ବାର୍ଷିକ ପତ୍ରିକା ପଢିବା ସହ ସଂଗ୍ରହକରି ରଖିଥାନ୍ତି। ସେମିତି ଜଣେ ବ୍ୟକ୍ତିହେଲେ ବିକାଶ କୁମାର ଶତପଥୀ, ଯିଏକି ଏଇଥିପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ସ୍ଥାନ ବୁଲି ପତ୍ରପତ୍ରିକା ସଂଗ୍ରହ କରିଛନ୍ତି। ବିକାଶଙ୍କ ଘର ହେଲା ଭଦ୍ରକ ଜିଲାର ବାସୁଦେବପୁରରେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସେ ଏମ୍‌.ଏ କରିଛନ୍ତି। ସେ କୁହନ୍ତି, ‘ଓଡ଼ିଶା ସଂଗ୍ରହାଳୟ ସାମ୍ରାଜ୍ୟର ପ୍ରବାଦପୁରୁଷ ଦାଶରଥି ପଟ୍ଟନାୟକଙ୍କୁ ଅନୁସରଣ କରି ୧୯୯୦ ମସିହାରୁ ଗ୍ରାମୀଣ ସଂସ୍କୃତି ଓ ଶିକ୍ଷାର ବିକାଶ ପାଇଁ ଗାଁ ଗାଁ ବୁଲି ବିଭିନ୍ନ ଲୋକଙ୍କଠାରୁ ସଂଗ୍ରହ କରିଛି ବିଭିନ୍ନ ପତ୍ରପତ୍ରିକା ସହିତ ବିଭିନ୍ନ ପୁରାତନ ସାମଗ୍ରୀ। ବିଶେଷକରି ଛୋଟ ଛୋଟ ପିଲାଙ୍କ ହାତରୁ ମୋବାଇଲ ଅଭ୍ୟାସକୁ କମାଇବା ଉଦ୍ଦେଶ୍ୟରେ ଭଲ ବହିଟିଏ ଧରାଇବା ଅଭ୍ୟାସ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛି। ଏଥିପାଇଁ ମୋ ଜେଜେଙ୍କ ନାମରେ ଗଢ଼ିଛି ଏକ ଏକ ପାଠାଗାର, ଯାହାର ନାଁ ହେଉଛି ‘ଲୋକନାଥ ପାଠାଗାର’। ନିଃଶୁଳ୍କ ପାଠକ ଭାବେ ବହୁ ଛାତ୍ରୀଛାତ୍ର ଓ ଜିଜ୍ଞାସୁ ବ୍ୟକ୍ତି ଏହି ପାଠାଗାରରେ ପ୍ରତିଦିନ ଭିଡ଼ ଜମାଇଥାନ୍ତି। ପାଠାଗାରକୁ ଆକର୍ଷଣୀୟ କରିବା ପାଇଁ ୧୯୯୬ରେ ଏହାକୁ ସଂଗ୍ରହାଳୟର ରୂପ ଦେଇଛି। ପ୍ରାୟ ପଚାଶ ଜଣ ପିଲା ବସି ପଢ଼ିବା ଭଳି ଚେୟାର ବ୍ୟବସ୍ଥା କରାଯାଇଛି। ଏଠାରେ ଦୁର୍ଲଭ ତାଳପତ୍ର ପୋଥିଠାରୁ ଆରମ୍ଭକରି ବିଭିନ୍ନ ଡାକ ଟିକେଟ, ଦେଶ ବିଦେଶର ବହୁ ପୁରୁଣା ମୁଦ୍ରା, କେତେକ ସାମୁଦ୍ରିକ ଜୀବଙ୍କ ଅଙ୍ଗ ଦେଖିବାକୁ ମିଳେ।

ବିଦ୍ୟାର୍ଥୀମାନେ ବିନା ଅର୍ଥରେ ଦେଖିବାର ସୁଯୋଗ ପାଇ ବେଶ୍‌ ଆନନ୍ଦିତ ହେଉଛନ୍ତି। ସଂଗ୍ରହାଳୟରେ ରହିଛି ତିରିଶ ହଜାରରୁ ଊଦ୍ଧର୍‌ବ ବହୁ ନୂଆ ଓ ପୁରୁଣା ମୂଲ୍ୟବାନ ପୁସ୍ତକ ଓ ପତ୍ରପତ୍ରିକ। ସେଥିମଧ୍ୟରୁ ତିନିଶହରୁ ଊଦ୍ଧର୍‌ବ ବିଭିନ୍ନ ଶିଶୁପତ୍ରିକା ଉପଲବ୍ଧ। ଜହ୍ନମାମୁଁ, ଟୁଉକୁମୁସି, ନନ୍ଦନକାନନ, ଶିଶୁଲେଖା, ମନପବନ, ମୀନାବଜାର, ସଂସାର, ବିଜ୍ଞାନ ଦିଗନ୍ତ, ଲୀଳାବତୀର ପୃଷ୍ଠା, ସୁନାଭଉଣୀ, ସରଗଶଶୀ, ବେଲୁନ୍‌ବାଲା, ସୁନାପିଲା, ରୂପା ଥାଳିଆ, ବାନରସେନା, କୁନିରାଇଜ, ଝୁମୁକା, ବାଇଚଢ଼େଇ, କିଶୋର ସ୍ବାକ୍ଷର, ଟୁଆଁଟୁଇଁ, ବାଘମାମୁଁ, ହଳଦୀ ବସନ୍ତ, ବିଲେଇନାନୀ, ପରୀରାଇଜ, କଣାମାମୁଁ, ପୁସିମାଉସୀ, ବଗ ବଗୁଲି, ବାଲିଘର, କଳାମାଣିକ, ଚଇତି ଚଢ଼େଇ, ସୁନା କହ୍ନେଇ, ଶିଶୁ ପ୍ରତିଭା, ପରଶମଣି, କାଗଜଡଙ୍ଗା, କୁନି କଥା ଏପରି ଅନେକ ପ୍ରକାଶିତ ଓ ଅପ୍ରକାଶିତ ଶିଶୁପତ୍ରିକା ପିଲାମାନଙ୍କୁ ପଢ଼ିବା ପାଇଁ ଦିଆଯାଇଥାଏ। ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ, ଏ ବିଷୟକୁ ଅନୁଭବ କରି ସେମାନଙ୍କ ପାଇଁ ଏକ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ବାଇଚଢ଼େଇ’ ସମ୍ପାଦନା କରୁଛି। ଗ୍ରୀଷ୍ମ ଅବକାଶ ସମୟରେ ବିଦ୍ୟାଳୟଗୁଡ଼ିକ ଲମ୍ବା ଛୁଟି ପଡ଼ିଥିବାରୁ ବିଭିନ୍ନ କୋଚିଙ୍ଗ ସେଣ୍ଟର ଓ ଘର ଘର ବୁଲି ପିଲାମାନଙ୍କ ହାତରୁ ମୋବାଇଲ ଛଡ଼ାଇ ମନଲାଖି ଶିଶୁ ସାହିତ୍ୟ ଧରାଇବାର ଅଭିନବ ପ୍ରୟାସ କରିଥାଏ। କେବଳ ଭଦ୍ରକ ନୁହେଁ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲାର ଏକାଧିକ ଘରୋଇ ଶିକ୍ଷାନୁଷ୍ଠାନକୁ ଯାଇ ସଚେତନତା ସୃଷ୍ଟି କରିଛି। ଏହାବାଦ୍‌ ମୋ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଆମ କୌଳିକ ବୃତ୍ତିକୁ ଆଦରି ବୈଦିକ କର୍ମକାଣ୍ଡରେ ନିଜକୁ ସାମିଲ କରିଛି। ଆମ ସଂସ୍କୃତିରୁ ହଜି ଯାଉଥିବା ବହୁ ପୁରାତନ ଓ ବିରଳ ସାମଗ୍ରୀଗୁଡ଼ିକୁ ଏଠାରେ ସାଇତି ରଖିବା ଅଭିଯାନ ଚାଲୁରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ବିବାହରେ ବରବଧୂଙ୍କୁ ବନ୍ଧୁମାନେ ଉପହାରରେ ଦେଲେ ‘ନୀଳ ଡ୍ରମ’, ପରେ ଯାହା ହେଲା ଦେଖିଲେ…

ଉତ୍ତର ପ୍ରଦେଶର ହମିରପୁରରେ ଏକ ନବ ବିବାହିତ ଦମ୍ପତିଙ୍କୁ ବିବାହ ମଞ୍ଚରେ ସେମାନଙ୍କ ବନ୍ଧୁମାନେ ଏକ ନୀଳ ଡ୍ରମ ଉପହାର ଦେଇଥିଲେ। ଏହି ଭିଡିଓ ଆଜିକାଲି...

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା: ଚେନାବ ରେଳ ବ୍ରିଜ୍‌

ଭୁବନେଶ୍ୱର, ୨୦।୪(ଜିତେନ୍ଦ୍ର କୁମାର ନାୟକ): କଶ୍ମୀରରୁ କନ୍ୟାକୁମାରୀ। ଭାରତର ଭୌଗୋଳିକ ସ୍ଥିତିକୁ ଦେଖି ଅନେକେ ଏପରି କହିଥାଆନ୍ତି। ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ...

ମୁଣ୍ଡକୁ ଚଢ଼ିଗଲା ରାଗ: ସ୍ବାମୀଙ୍କୁ ଛାତରୁ ଠେଲିଦେଲେ ସ୍ତ୍ରୀ, ଭିଡିଓ ଦେଖିଲେ କହିବେ…

ଆଜିକାଲି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେଲେ ସାରା ଦୁନିଆ ଜାଣୁଛି ବା ଦେଖୁଛି। ଦିନ ଥିଲା ଏହି ଘଟଣା ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହୁଥିଲା।...

ରେଲଓ୍ବେ ଷ୍ଟେଶନ ଡଷ୍ଟବିନରୁ ଉଦ୍ଧାର ହୋଇଥିବା ଝିଅ ଆଜି କଲେକ୍ଟରଙ୍କ ସହ ବସି ଲେଖିବେ ଅର୍ଡର, MPSC ପରୀକ୍ଷାରେ…

ଅମରାବତୀ: ଭାଗ୍ୟ କେବେ ଧନ ଉପରେ ନିର୍ଭର କରେ ନାହିଁ। ଭଗବାନ କାହାର ଭାଗ୍ୟରେ କ’ଣ ଲେଖିଛନ୍ତି ତାହା କେହି ଜାଣନ୍ତି ନାହିଁ। ପ୍ରାୟ ଅଢ଼େଇ...

କ’ଣ ସତରେ ମଣିଷର ପ୍ରାଇଭେଟ ପାର୍ଟ ହୋଇଯାଏ ହାଡ? ଏହି ଘଟଣା ଜାଣିଲେ ସହଜରେ ବିଶ୍ୱାସ କରିବେନି

ଆପଣ ଚିକିତ୍ସା ବିଜ୍ଞାନରେ ଅନେକ ଅଜବ ଘଟଣା ଶୁଣିଥିବେ। କିଛି ଲୋକଙ୍କର ଏପରି ବିରଳ ରୋଗ ଅଛି ଯେ ଡାକ୍ତର ମଧ୍ୟ ସେଗୁଡ଼ିକ ବିଷୟରେ ଜାଣି...

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ...

କୁମ୍ଭୀର ଶୋଇରହେ କାହିଁକି

ସାଧାରଣତଃ ଯିଏ ବେଶି ଶୁଅନ୍ତି ତାକୁ ସମସ୍ତେ କୁମ୍ଭୀର ଭଳି ପଡ଼ି ରହୁଛି ବୋଲି କହନ୍ତି । କାରଣ ଅଧିକ ସମୟ ଶୋଇ ରହିବା ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image