ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ ଥିଲି। ପରିବାରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ମୋ ପଢ଼ାଖର୍ଚ୍ଚ ଉଠାଇବାକୁ କ୍ରମେ ପିଲାଙ୍କୁ ଟିଉସନ କରିବା ଆରମ୍ଭ କଲି। ମୋର ଏହି ଅଧ୍ୟବସାୟ ପାଇଁ ଆମ ଅଞ୍ଚଳବାସୀ ମୋତେ ଖୁବ୍‌ ସ୍ନେହ ଓ ଶ୍ରଦ୍ଧା କରୁଥିଲେ। ସମସ୍ତଙ୍କ ଆଶୀର୍ବାଦ ଯୋଗୁ କ୍ରମେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଅର୍ଥନୀତି)ରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍‌ କରିବା ପରେ ୟୁଜିସି (ନେଟ୍‌) ପରୀକ୍ଷାରେ ବି କୃତକାର୍ଯ୍ୟ ହେଲି। ତା’ପରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ପ୍ରଥମେ ଭଦ୍ରକ ସରକାରୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ଫେବୃଆରୀ ୨୦୦୧ ମସିହାରେ ଅଧ୍ୟାପକ ଭାବେ ଯୋଗ ଦେଲି। ସେତେବେଳେ ଅଧ୍ୟକ୍ଷ ଥାନ୍ତି ପ୍ରଫେସର ବସନ୍ତ କୁମାର ଦାସ। ସେ ଜଣେ ଦରଦୀ ମଣିଷ ଥିଲେ। ତତ୍କାଳ ମୋ ରହିବା ପାଇଁ କଲେଜ କ୍ୟାମ୍ପସରେ ସରକାରୀ ବାସଭବନର ସୁବିଧା କରାଇ ଦେଇଥିଲେ। ମୋର ଏହି ଚାକିରି ପାଇଁ ମା’, ବାପା, ଭାଇଭଉଣୀ ଅନେକ ଦେବଦେବୀଙ୍କ ନିକଟରେ ମାନସିକ କରିଥିଲେ। ତେଣୁ ପ୍ରଥମ ମାସ ଦରମା ପାଇବା ପରେ ଅଳ୍ପ କିଛି ହାତଖର୍ଚ୍ଚ ପାଇଁ ରଖି ବାକିତକ ଟଙ୍କା ଗାଁକୁ ପଠାଇ ଦେଇଥିଲି। ମା’ବାପା ସେଥିରେ ଗ୍ରାମଦେବୀଙ୍କ ପାଖରେ ମାର୍ଜନା କରିବା ସହ ଗାଁର ପିଲାମାନଙ୍କୁ ମିଠା ବାଣ୍ଟିଥିଲେ। ତା’ସହିତ ଭାଇଭଉଣୀଙ୍କ ପାଇଁ ନୂଆ ଲୁଗାପଟା କିଣିଥିଲେ। ପ୍ରଥମ ମାସର ଦରମା ଏମିତି ଖର୍ଚ୍ଚ ହୋଇଥିଲା। ତା’ପରେ ମୁଁ ପଠାଉଥିବା ୨/୩ ମାସର ଦରମା ଟଙ୍କାକୁ ରଖି ମା’ବାପା ଏକ ଅଷ୍ଟପ୍ରହର ନାମଯଜ୍ଞ କରାଇଥିଲେ। ପରେ ଭଉଣୀମାନେ ବି ମୋ ପାଇଁ ମାନସିକ କରିଥିବା ଅଭିରାମ ମେଳା ଓ ଅନ୍ୟାନ୍ୟ ଦେବଦେବୀଙ୍କ ନିକଟରେ ମଧ୍ୟ ଭୋଗ କରାହୋଇଥିଲା। ଈଶ୍ୱରଙ୍କ ଇଚ୍ଛା ବିନା ଗଛରୁ ପତ୍ରଟିଏ ଝଡ଼େ ନାହିଁ। ମୋ ମା’ବାପା ବହୁତ ସରଳ, ପରୋପକାରୀ ଓ ଈଶ୍ୱର ବିଶ୍ୱାସୀ ଥିଲେ। ସେମାନଙ୍କ ଆଶୀର୍ବାଦ, ସମ୍ପର୍କୀୟ ଓ ଶୁଭେଚ୍ଛୁମାନଙ୍କ ପ୍ରେରଣା ତଥା ଈଶ୍ୱରଙ୍କ କୃପାରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧୁନା ପୁରୀରେ ବାଣିଜ୍ୟ କର ଏବଂ ଦ୍ରବ୍ୟ ସେବା କରର ଯୁଗ୍ମ କମିଶନର ଭାବେ କାର୍ଯ୍ୟ କରୁଅଛି। ବାପା, ମା’ ଆଉ ଇହଧାମରେ ନାହାନ୍ତି ସତ ହେଲେ ସେମାନେ ଯେଉଁଠି ଅଛନ୍ତି ଭଲରେ ଥାଆନ୍ତୁ; ଏତିକି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। ତେବେ ଯେତେବେଳେ ମୁଁ ଅଧ୍ୟାପନା କରୁଥିଲି, ସେତେବେଳେ ଅର୍ଥନୀତି ସମ୍ପର୍କିତ ଅନେକ ଆର୍ଟିକିଲ୍‌ ଲେଖୁଥିଲି; ଯାହା ବିଭିନ୍ନ ଖବରକାଗଜ ତଥା ଜର୍ନାଲ୍‌ଗୁଡ଼ିକରେ ପ୍ରକାଶିତ ହେଉଥିଲା। କିନ୍ତୁ ଏବେ କାର୍ଯ୍ୟବ୍ୟସ୍ତତା ଯୋଗୁ ଆଉ ଲେଖାଲେଖି କରିବାକୁ ସମୟ ମିଳୁନି। ହେଲେ ଖୁସିର ବିଷୟ ଏହା ଯେ, ଅଧ୍ୟାପନା କଲାବେଳେ ଯୁକ୍ତ ଦୁଇ ଅର୍ଥନୀତି ବିଭାଗର ପିଲାଙ୍କ ପାଇଁ ୪ଟି ପାଠ୍ୟ ପୁସ୍ତକ ରଚନା କରିଥିଲି; ଯାହାକୁ ପିଲାମାନେ ପଢୁଥିଲେ। ସେ କଥା ଭାବିଲେ ଏବେ ବି ମୋ ମନ ଖୁସି ଓ ଆନନ୍ଦରେ ଭରିଯାଏ। ଏଥିସହିତ ମୋର ଏକ ଗବେଷଣାତ୍ମକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ଏତଦ୍‌ବ୍ୟତୀତ କେତେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଓତପ୍ରୋତ ଭାବେ ଜଡିତ ରହି କିଛିଟା ସମାଜମଙ୍ଗଳ କାର୍ଯ୍ୟ କରିବାର ସୁଯୋଗ ପାଉଥିବାରୁ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁମାଛି ଆକ୍ରମଣରେ ୩ ଗୁରୁତର

ଲାଞ୍ଜିଗଡ଼ ୨୬ା୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ରେ ମହୁମାଛିଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ସୂଚନାନୁଯାୟୀ, ଲାଞ୍ଜିଗଡ଼ ରୋଡ୍‌ ଶିବମନ୍ଦିର ନିକଟରେ ଏକ ଜଳଖିଆ...

ଡ୍ରୋନ୍‌ ଆଣିଲା ବରଣମାଳା

ନୂଆଦିଲ୍ଲୀ: ସାଧାରଣତଃ ବିବାହରେ ବରଣମାଳା ପିନ୍ଧାଇବାର ଏକ ସ୍ବତନ୍ତ୍ର ନୀତି ରହିଥାଏ। ଏବେକାର ବିବାହରେ ରୀତିନୀତିକୁ କମ୍‌ ଗୁରୁତ୍ୱ ଦିଆଯାଇ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର...

ସିପାହୀ ନିର୍ଯାତନା ଅଭିଯୋଗକୁ ଖଣ୍ଡନ, ୮ମ ବାଟାଲିୟନ କମାଣ୍ଡାଣ୍ଟ କହିଲେ ସମସ୍ତ କର୍ମଚାରୀଙ୍କୁ…

ଗଞ୍ଜାମ,୨୬ା୩(ବିଦ୍ୟାଧର ସାହୁ): ଛତ୍ରପୁର ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ କିଛି କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସିପାହୀ। ଏନେଇ ସେ ସୋସାଆଲ ମିଡିଆ ମାଧ୍ୟମରେ ନିଜର...

ସବୁଠୁ ଛୋଟ ଛେଳି: ସବୁଠୁ ଛୋଟ ଛେଳି: ଉଚ୍ଚତା ଜାଣିଲେ …

ଥିରୁଭାନନ୍ତପୁରମ:କେରଳର ପିଟର ଲେନୁ ନାମକ ଜଣେ କୃଷକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର କରୁମ୍ବୀ ନାମକ ଏକ ପୋଷା ଛେଳି ଗିନିଜ୍‌ ୱାଲର୍‌ଡ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ...

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ

କଟକ,୨୬ା୩: ବୁଧବାର ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ। ଓଡ଼ିଶାର ରାଜ୍ୟପାଳ ଡକ୍ଟର...

୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା

ନୟାଗଡ଼,୨୬।୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗାଁର ୨ ନାବାଳକ ଭାଇ ଆକାଶ (୧୪) ଓ ସାନ ଭାଇ ବିକାଶ ମହାନ୍ତି (୯)...

ମକା-ଟମାଟୋ ଚାଷ କରି ଲକ୍ଷପତି ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା

ଦାରିଙ୍ଗବାଡି, ୨୬।୩ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ର ବାସିନ୍ଦା ଜଣେ ମହିଳା ଚାଷୀ ଆଜି ମକା ଓ ଟମାଟୋ ଚାଷ କରି...

ଦାରିଙ୍ଗବାଡି-କଟକ ସରକାରୀ ବସକୁ ନେଇ ବଢୁଛି କ୍ରେଜ: ଓକିଲ ସଙ୍ଘ ସେଲ୍ଫି ନେବା ଭିଡିଓ ଭାଇରାଲ

ଦାରିଙ୍ଗବାଡି, ୨୪ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଦୀର୍ଘ ଦିନର ଅଭାବକୁ ପୁରଣ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଅଞ୍ଚଳବାସୀଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image