ବିଏସ୍‌କେୱାଇକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୧୪ା୪(ଅନିଲ ଦାସ)୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ପାଇଁ ଅବଦାନ ଶୂନ ା ସାରା ରାଜ୍ୟ କଥା ଛାଡ଼ନ୍ତୁ, ନିଜ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ତା’ର ହିସାବ ଦେବାକୁ ସେ ପଛଘୁଞ୍ଚା ଦିଅନ୍ତି ା ଆଉ ଏବେ ନିଜର ବିଫଳତାକୁ ଲୁଚାଇବାକୁ ସେ ମିଛ କହିବା ଆରମ୍ଭ କରିଛନ୍ତି, ଯାହା ତାଙ୍କ ମୁହଁରେ ଆଦୌ ଶୋଭା ପାଉନାହିଁ ବୋଲି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି ା
ଶନିବାର ଗଣମାଧ୍ୟମକୁ ସସ୍ମିତ କହିଛନ୍ତି ଯେ ସାରା ଦେଶରେ ବିଏସ୍‌କେୱାଇ ଏକ ଶ୍ରେଷ୍ଠ ଯୋଜନା ା ଏଥିରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଏବଂ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି ା ଅନ୍ୟ କୌଣସି ରାଜ୍ୟରେ ଏଭଳି ସୁବିଧା ନାହିଁ ା ହେଲେ ଏହାକୁ ବନ୍ଦ କରିବାକୁ ଧର୍ମେନ୍ଦ୍ର ରୀତିମତ ଷଡ଼ଯନ୍ତ୍ର ଚଳାଇଛନ୍ତି ା ସାଧାରଣ ଗରିବ ଲୋକଟିଏ ମାଗଣାରେ ଚିକିତ୍ସା ପାଇଲେ କେନ୍ଦ୍ରମନ୍ତ୍ରୀଙ୍କୁ କାହିଁକି କଷ୍ଟ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ା
କେନ୍ଦ୍ରମନ୍ତ୍ରୀ ଯଦି ଭାବୁଛନ୍ତି ବିଏସ୍‌କେୱାଇ ଓଡ଼ିଶାବାସୀଙ୍କ ପାଇଁ ଖରାପ ଯୋଜନା, ତେବେ ସେ ନିଜ ଦଳର ଇସ୍ତାହାରର ୧ ନମ୍ବର ପଏଣ୍ଟରେ କୁହନ୍ତୁ ଏହି ଯୋଜନାକୁ ବନ୍ଦ କରିଦେବେ ା ଥରେ ଏହି ପ୍ରତିଶ୍ରୁତି ଦେଇ ଦେଖନ୍ତୁ, ଓଡ଼ିଶାବାସୀ ତାହାର ଉଚିତ ଜବାବ ଦେଇଦେବେ ା
କେନ୍ଦ୍ରରେ ୧୦ ବର୍ଷ ମନ୍ତ୍ରୀ ଥାଇ ମଧ୍ୟ ନିଜ ଅଞ୍ଚଳ ଦେଇ ଯାଇଥିବା ଏନ୍‌ଏଚ୍‌-୫୫ର କାମ ସାରିପାରିଲେ ନାହିଁ ା ଆମେ ଆଶା କରୁଛୁ ସେହି ରାସ୍ତା ଦେଇ ଧର୍ମେନ୍ଦ୍ର ଯାଇଥିବେ ଏବଂ ନିଜର ବିଫଳତାକୁ ଅନୁଭବ କରିଥିବେ ା ଏହି ରାଜପଥରେ ପ୍ରତିଦିନ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଓ ଦୁର୍ଘଟଣାରେ ପ୍ରତି ବର୍ଷ ଅନେକ ଲୋକ ପ୍ରାଣ ହରାଉଛନ୍ତି ା ଯିଏ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ, ସେ ଏବେ ଲୋକଲଜ୍ଜାରୁ ବଞ୍ଚିିବା ପାଇଁ ତୁଚ୍ଛା ଭାଷଣ ମାରୁଛନ୍ତି ା ଧର୍ମେନ୍ଦ୍ରଙ୍କୁ ଆମର ଅନୁରୋଧ ଦୟାକରି ବିଭ୍ରାନ୍ତିକର ତଥ୍ୟ ଦେଇ ଲୋକହସା ହେବାରୁ କ୍ଷାନ୍ତ ରୁହନ୍ତୁ ା

Share