ବଲିଉଡ୍ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ହେମାମାଳିନୀ-ଧର୍ମେନ୍ଦ୍ର ଅନ୍ୟତମ। ବିଗତ ଦିନର ପ୍ରସିଦ୍ଧ ନାୟିକା ହେମାଙ୍କୁ ପ୍ରେମ ଜାଲରେ ପକାଇବା ପାଇଁ ଧର୍ମେନ୍ଦ୍ରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା। ତାଙ୍କୁ ପାଇବା ପାଇଁ ଧର୍ମେନ୍ଦ୍ର ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ହେମା ଦକ୍ଷିଣ ଭାରତୀୟ ହୋଇଥିବାରୁ ଧର୍ମେନ୍ଦ୍ର ତାମିଲ ଶିଖିବାକୁ ମଧ୍ୟ ପଛାଇ ନ ଥିଲେ। ହିନ୍ଦୀ ସିନେମାରେ ଫିଲ୍ମରେ ଏକାଠି କାର୍ଯ୍ୟ କରିଥିଲେ। ପ୍ରଶଂସକ ମଧ୍ୟ ତାଙ୍କୁ ଏକାଠି ପରଦାରେ ଦେଖିବାକୁ ଅପେକ୍ଷା କରିଥା’ନ୍ତି। ଏକ ଫିଲ୍ମ ସେଟ୍ରୁ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିବାରୁ ପ୍ରଥମେ ହେମାଙ୍କ ପାଇଁ ନିଷ୍ପତ୍ତି ନେବା କଷ୍ଟ ଥିଲା। ପରେ ସେ ଧର୍ମେନ୍ଦ୍ରଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। କିନ୍ତୁ ଏହି ବିବାହ ନିଷ୍ପତ୍ତିରେ ହେମାଙ୍କ ପିତା ରାଜି ନ ଥିଲେ। ଧର୍ମେନ୍ଦ୍ର ଭାବି ଶ୍ୱଶୂରଙ୍କୁ ବହୁତ ବୁଝାଇବା ପରେ ସେ ବିବାହ ପାଇଁ ରାଜି ହୋଇଥିଲେ।