ଇନ୍‌ଡୋର ଷ୍ଟାଡିୟମର ଉଦ୍‌ଘାଟନ କଲେ ଧର୍ମେନ୍ଦ୍ର

ବଲାଙ୍ଗୀର ଅଫିସ,୧୧ା୬: ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ସିଏସ୍‌ଆର ଅନୁଦାନରେ ନିର୍ମିତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମକୁ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି। ରବିବାର ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଉଦ୍‌ଘାଟନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ନିର୍ଦ୍ଦେଶକ (ପ୍ରକଳ୍ପ) ଦୀପକ ଗୁପ୍ତା ମଞ୍ଚାସୀନ ଥିଲେ।

ଷ୍ଟାଡିୟମ ଉଦ୍‌ଘାଟନୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ କହିଥିଲେ ଯେ, ଗେଲ ଇଣ୍ଡିଆ ଏକ ଜାତୀୟସ୍ତରର ଷ୍ଟାଡିୟମ ନିର୍ମାଣ କରିଛି। ଏଠାରୁ ଆମ ପିଲାଙ୍କ ଖେଳ ଦକ୍ଷତା, ଟ୍ୟାଲେଣ୍ଟର ପରିପ୍ରକାଶ ହେବ। ଏହି ସ୍କୁଲ ଓ ବଲାଙ୍ଗୀରବାସୀ ଏହାର ଦାୟିତ୍ୱ ନିଅନ୍ତୁ ବୋଲି ସେ କହିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ଆନ୍ତର୍ଜାତିକ ସ୍ତରରେ ଦେଶ ଓ ଦେଶବାସୀଙ୍କ ସମ୍ମାନ ବଢ଼ିଛି। କେନ୍ଦ୍ର କ୍ୟାବିନେଟ ଏବେ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିଛି। ବରଗଡରେ କେନ୍ଦ୍ର ସରକାର ୧୬୦୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ଇଥାନଲ ପ୍ଳାଣ୍ଟ ବସାଉଛନ୍ତି। ଏହାଦ୍ୱାରା ବରଗଡ, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ଓ ସମଗ୍ର ପଶ୍ଚିମ ଓଡିଶାର ଧାନ ଉପତ୍ାଦନ ଅଞ୍ଚଳର ଚାଷୀ ଓ ଲୋକ ଉପକୃତ ହେବେ ବୋଲି କହିଥିଲେ। ଏହି ଅଞ୍ଚଳର ସାମୂହିକ ବିକାଶ ପାଇଁ ଆମେ ପ୍ରତିବଦ୍ଧ। ରାଜନୈତିକ, ବୌଦ୍ଧିକ, ସାହିତି୍ୟକ ସ୍ତରରେ ବଲାଙ୍ଗୀର ସମଗ୍ର ରାଜ୍ୟକୁ ନେତୃତ୍ୱ ନେବାର ସାମର୍ଥ୍ୟ ରଖିଛି ବୋଲି ମନ୍ତ୍ରୀ ପ୍ରଧାନ କହିଥିଲେ। ପ୍ରାୟ ୧୦ କୋଟି ଟଙ୍କାରେ ଏହି ଷ୍ଟାଡିୟମ ନିର୍ମାଣ କରିଥିବାରୁ ଗେଲ ଇଣ୍ଡିଆ ଲିମିଟେଡକୁ ମନ୍ତ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ପ୍ରାକ୍‌ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ: ଓଡ଼ିଶା ପାଇଁ ୯ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ରବିବାର ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର: ପେନସନ୍‌ ବ୍ୟବସ୍ଥା ପାଇଁ…

ଭୁବନେଶ୍ୱର, ୨୨ା୧୨(ସୁନିତ୍‌ ମିଶ୍ର):ଓଡ଼ିଶାରେ ଖବରଦାତା ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ଖବରଦାତା ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri