ସପ୍ତମ ରାଉଣ୍ଡ ସୁଦ୍ଧା ପ୍ରଣବ ପଛରେ: ଧର୍ମେନ୍ଦ୍ର ୨୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଆଗୁଆ

ସମ୍ବଲପୁର,୪।୬: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ସମ୍ବଲପୁର ଲୋକସଭା ଆସନରେ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟକ୍କର ହୋଉଛି। ହେଲେ ସପ୍ତମ ରାଉଣ୍ଡ ସୁଦ୍ଧା ଧର୍ମେନ୍ଦ୍ର ୨୫,ହଜାର ୩୪୦ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

Share