ମୁଖ୍ୟମନ୍ତ୍ରୀ ରେସ୍‌ରୁ ବାଦ୍‌ ପଡ଼ିପାରନ୍ତି ଧର୍ମେନ୍ଦ୍ର, କାରଣ…

ଭୁବନେଶ୍ୱର,୮ା୬: ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ରାଜ୍ୟରେ ମଧ୍ୟ ଭାଜପା ସରକାର ଗଢ଼ିବ ବୋଲି ସ୍ଥିର ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆସିପାରୁନାହିଁ। ନେତାଙ୍କୁ ଭୋଟ୍‌ ଦେଇ ଜିତାଇଥିବା ଭୋଟରମାନେ ମଧ୍ୟ ଚାହିଁ ବସିଛନ୍ତି କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ପ୍ରଚାର ସମୟରେ ଭାଜପା ସରକାର ଗଠନ କରିବ ବୋଲି ଦୃଢ଼ ଦାବି କରିଆସୁଥିଲେ ହେଁ ମୁଖ୍ୟମନ୍ତ୍ରୀ କିଏ ହେବ ନାଁ ଘୋଷଣା କରି ନ ଥିଲା। ଜିତିବା ପରେ ମଧ୍ୟ ସ୍ପଷ୍ଟ ଭାବେ କାହା ନାଁ ଘୋଷଣା କରୁନାହିଁ। ସବୁକିଛି ନିର୍ଭର କରୁଛି ଦଳର ମୁଖିଆ ନରେନ୍ଦ୍ର ମୋଦିଙ୍କ ଉପରେ। ମୋଦି ଯାହାକୁ ଚାହିଁବେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଇତିମଧ୍ୟରେ ଅନେକ ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗ ଧାଡ଼ିରେ ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲଙ୍କ ନାଁ ରହିଛି ବୋଲି କିଛି ନେତା କହୁଛନ୍ତି।

କିନ୍ତୁ ଧର୍ମେନ୍ଦ୍ରଙ୍କ ପାଇଁ ଗୋଟିଏ ବଡ଼ ଅଡୁଆ ରହିଛି ବୋଲି କୁହାଯାଉଛି। କେନ୍ଦ୍ରରେ ସରକାର ଗଠନ ନେଇ ଭାଜପାକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳି ନାହିଁ। ଅନ୍ୟ ସହଯୋଗୀ ଦଳକୁ ସାଥୀରେ ନେଇ ଭାଜପା କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ହେଲେ ଧର୍ମେନ୍ଦ୍ରଙ୍କୁ ଏମ୍‌ପି ପଦରୁ ଇସ୍ତଫା ଦେବାକୁ ପଡ଼ିବ। ସେ ଇସ୍ତଫା ଦେଲେ ସମ୍ବଲପୁରରେ ଉପନିର୍ବାଚନ ହେବ। ଯଦି ଉପଦନିର୍ବାଚନ ହୁଏ ତେବେ ଏହି ଆସନ ଯଦି ଭାଜପା ହାତରୁ ଖସିଯାଏ ତେବେ ଦଳ ପାଇଁ ସମସ୍ୟା ସୃଷ୍ଟି ହେବ। ତେଣୁ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ରେସ୍‌ରୁ ବାଦ୍‌ ପଡ଼ିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri