ଉତ୍କଳ ବିଶ୍ୱବିଦ୍ୟାଳୟକୁ ବର୍ଷକର ଦରମା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨।୪(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଗୁରୁବାର ଓଡ଼ିଶା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ବର୍ଷକର ଦରମା ପ୍ରଦାନ କରିଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଧର୍ମେନ୍ଦ୍ର ତାଙ୍କର ଦରମା ବାବଦ ଅର୍ଥ ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟପାଳ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଲୁମ୍‌ନି ଅନୁଦାନ ପାଣ୍ଠି ଖୋଲିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପୁରାତନ ଛାତ୍ର ଭାବେ ବର୍ଷକର ଦରମା ଦେବା ଲାଗି ଘୋଷଣା କରିଥିଲେ। ଶିକ୍ଷାନୁଷ୍ଠାନର ଉନ୍ନୟନମୂଳକ କାର୍ଯ୍ୟରେ ପୁରାତନ ଛାତ୍ରୀଛାତ୍ର ସହଯୋଗର ହାତ ବଢ଼ାଇବା ଲାଗି କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Share