କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି କରିବା ସହିତ ୪ ରାଜ୍ୟ ପାଇଁ ପ୍ରଭାରୀ,ସହପ୍ରଭାରୀ ନିଯୁକ୍ତ କରିଛି।

ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରିଆଣା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି। ବିପ୍ଲବ କୁମାର ଦେବ ହରିୟାଣା ସହପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ମହାରାଷ୍ଟ୍ର ପାଇଁ ନିର୍ବାଚନ ପ୍ରଭାରୀ ତଥା ତଥା ସହପ୍ରଭାରୀ ଭାବରେ ଭୁପେନ୍ଦ୍ର ଯାଦବ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଦାୟିତ୍ୱ ଦେଇଛି।

ସେହିପରି ଝାଡ଼ଖଣ୍ଡ ପାଇଁ ଶିବରାଜ ସିଂହ ଚୌହାନଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ହିମନ୍ତ ବିସ୍ୱଶର୍ମାଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ଏହାସହିତ ଜମ୍ମୁ ଏବଂ କଶ୍ମୀର ପାଇଁ ଜି. କିଷାନ ରେଡ୍ଡୀଙ୍କୁ ନିର୍ବାଚନୀ ପ୍ରଭାରୀ ନିଯୁକ୍ତ କରାଯାଇଛି।

Share