ନୂଆ ଲୁକ୍‌ରେ ଆସିଲେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଚାର ମଇଦାନରେ କିଣୁଛନ୍ତି ମନ

ସମ୍ବଲପୁର,୧୨।୪: ଏଥର ସମ୍ବଲପୁର ଦେଖିବ ବଡ଼ ଲଢ଼େଇ । ମଇଦାନର ଗୋଟିଏ ପଟେ ଅଛନ୍ତି ଭାଜପାର ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଅନ୍ୟପଟେ ବିଜେଡିର ହେଭିୱେଟ ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତେବେ ଆଜିର ପ୍ରଚାରରରେ ଲୋକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ନୂଆ ଗେଟ୍‌ଅପ୍‌ରେ ଦେଖିବାକୁ ପାଇଛନ୍ତି।

ସମ୍ବଲପୁରୀ କୁର୍ତ୍ତା ଓ ଉତ୍ତରୀୟ ସହ ପୁରା ଫର୍ମରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର । ଛୋଟ ଛୋଟ ହୋଟେଲକୁ ଯାଇ ଲୋକଙ୍କ ସହ ବସି ଖାଉଛନ୍ତି ଏବଂ ପାରମ୍ପରିକ ପର୍ବଗୁଡ଼ିକରେ ସାମିଲ ହେଉଛନ୍ତି । ଆଜି ଭାଇ-ଜିଉଁନ୍ତିଆ ପର୍ବରେ ସାମିଲ ହୋଇ ଲୋକଙ୍କ ସହ ପର୍ବ ପାଳନ କରିଛନ୍ତି। କେବଳ ସେ ନୁହେଁ ତାଙ୍କ ସ୍ତ୍ରୀ ମୃଦୁଳା ଠାକୁରଙ୍କୁ ମଧ୍ୟ ସମ୍ବଲପୁରୀ ଗେଟଅପରେ ଦେଖିବାକୁ ମିଳିଛି।