Categories: ଜାତୀୟ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଏପର୍ଯ୍ୟନ୍ତ ପେଟ୍ରୋଲିୟନ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ରାଜ୍ୟସଭା ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ମିଳିଛି। ତାଙ୍କ ଭଳି ରାଜ୍ୟସଭା ସଦସ୍ୟ ପିୟୁଷ ଗୋୟଲଙ୍କୁ ଦିଆଯାଇଛି ବୟନ ମନ୍ତ୍ରଣାଳୟ।

ଧର୍ମେନ୍ଦ୍ର ମଙ୍ଗଳବାର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରମେଶ ପୋଖରିୟାଲ ‘ନିଶାଙ୍କ’ଙ୍କ ସ୍ଥାନ ନେବେ। ଅନ୍ୟପକ୍ଷରେ ସ୍ମ୍ରିତି ଇରାନି (ମହିଳା ଓ ଶିଶୁ ମନ୍ତ୍ରୀ)ଙ୍କ ଯାଗନେବେ ଗୋୟଲ।

୫୨ ବର୍ଷୀୟ ଧର୍ମେନ୍ଦ୍ର ୨୦୧୭ ସେପ୍ଟେମ୍ବରରେ କାବିନେଟ୍‌ ମନ୍ତ୍ରୀ ପାହ୍ୟା ପାଇଥିଲେ। ସେ ଏବେ ରାଜ୍ୟସଭାରେ ମଧ୍ୟପ୍ରଦେଶର ପ୍ରତିନିଧିତ୍ୱ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବୁଧବାର ଯୋଡ଼ି ହୋଇଛନ୍ତି ୩୬ ନୂଆ ମନ୍ତ୍ରୀ। ଆଗୁଆ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ସମାଲୋଚନାକୁ ଦୂର କରିବାକୁ ଲକ୍ଷ୍ୟରେ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ସମ୍ପ୍ରସାରଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ଏବେ ୭୭ ମନ୍ତ୍ରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧା ପ୍ରାୟ ନୂଆ ଚେହେରା।

Share