Posted inଜାତୀୟ

ହରିୟାଣାରେ ଧର୍ମେନ୍ଦ୍ରଙ୍କ କମାଲ, ଭାଜପାର ହ୍ୟାଟ୍ରିକ ବିଜୟ

ଚଣ୍ଡିଗଡ,୮।୧୦: ଭାରତୀୟ ଜନତା ପାର୍ଟି ଏକଜିଟ୍‌ ପୋଲ୍‌କୁ ଭୁଲ ପ୍ରମାଣିତ କରି ହରିୟାଣାରେ ପ୍ରଚଣ୍ଡ ବହୁମତ ସହ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଭାଜପା ଯେଉଁଠି ୧୦ବର୍ଷ ଧରି କ୍ଷମତାସୀନ ଥିଲା ସେଠାରେ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଛି। ଭାଜପା ରାଜ୍ୟରେ ୯୦ ବିଧାନସଭା ଆସନରୁ ୪୯ ହାତେଇଥିବାବେଳେ କଂଗ୍ରେସ ୩୯ଟି ଆସନ ପାଇ ପାରିଛି। ହରିୟାଣା ବିଧାନସଭା ନିର୍ବାଚନରେ ଭାଜପା ଚମତ୍କାର ପ୍ରଦର୍ଶନ କରିଛି। କୁହାଯାଉଥିଲା କି, ଭାଜପା ବିରୋଧରେ ୩ଟି ମୁଖ୍ୟ ପ୍ରସଙ୍ଗ ମୁଣ୍ଡ ଟେକିଥିଲା। ଆଉ ଏଥିପାଇଁ ଦଳ ବଡ଼ ପରାଜୟର ସମ୍ମୁଖୀନ ହୋଇଥାନ୍ତା। ହେଲେ ସବୁ ପରେ ବି ବିରୋଧୀ କଂଗ୍ରେସକୁ ପରାଜିତ କରି ଭାଜପା ପ୍ରଚଣ୍ଡ ବିଜୟ ହାସଲ କରିଛି। ହରିୟାଣାରେ କିଷାନ, ଯବାନ, ପେହେଲବାନ ୩ଟି ବଡ଼ ପ୍ରସଙ୍ଗ ଭାଜପା ବିରୋଧରେ ମୁଣ୍ଡ ଟେକିଥିବାବେଳେ ଏସବୁକୁ ଡେଇଁ ଦଳ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ଏହାର ଶ୍ରେୟ ଏମିତି ଜଣେ ନେତାଙ୍କୁ ଯାଉଛି ଯିଏକି ନିର୍ବାଚନ ବିଜୟୀ କ୍ଷେତ୍ରରେ ବଡ଼ ଯୋଗଦାନ ଦେଇଛନ୍ତି।

ସେ ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯିଏକି ମୋଦିଙ୍କ ‘ଉଜ୍ଜଳା ମ୍ୟାନ’ ଭାବେ ମଧ୍ୟ ପରିଚିତ। ଓଡ଼ିଶାର ନେତା ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ଏକ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। କେବଳ ହରିୟାଣା ନୁହେଁ ଏହା ପୂର୍ବରୁ ସେ ବିହାର, ତ୍ରିପୁରା, ଛତିଶଗଡ, କର୍ନାଟକ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଓଡ଼ିଶା ବିଧାନସଭା ନିର୍ବାଚନର ସଫଳତା ପୂର୍ବକ ନେତୃତ୍ୱ ନେଇଛନ୍ତି। ନିକଟରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଏପରି ଷ୍ଟାଟ୍ରେଜି ପ୍ଲାନ କରିଥିଲେ ଯେ, ଯାହାଦ୍ୱାରା ଭାଜପା ପ୍ରଚଣ୍ଡ ବହୁମତ ହାସଲ କରିଥିଲା। ସେହିପରି ଓଡ଼ିଶା ପରି ହରିୟାଣାରେ ଜିତିବା ଏକରକମ କଷ୍ଟକର ବ୍ୟାପାର ଥିଲା। ସେଠାରେ ସେ ବ୍ୟାକ୍‌ଫୁଟ୍‌ରେ ରହି ଦଳକୁ ବଳ ଯୋଗାଇଥିଲେ। ସେ ହରିୟାଣାରେ ପ୍ରଭାରୀ ରୂପେ ନିଯୁକ୍ତି ହୋଇଥିଲେ। ଦଳର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ଘୋଷଣା ପତ୍ର ମଧ୍ୟ ସେ ନିଜେ ପ୍ରସ୍ତୁତ କରିଥିଲେ।

ତେବେ ଚଳିତ ନିର୍ବାଚନରେ ହରିୟାଣାରେ ଭାଜପା ବିରୋଧରେ ଲହର ଜାରି ରହିଥିଲା। ବହୁ ରାଜନୈତିକ ବିଶେଷଜ୍ଞ ମଧ୍ୟ ଭାଜପା ହାରିବା ନେଇ ଭବିଷ୍ୟବାଣୀ କରିଥିଲେ। ଯାହାକୁ ନେଇ ଧର୍ମେନ୍ଦ୍ର ଓ ତାଙ୍କ ଟିମ୍‌ ବହୁ ବରିଷ୍ଠ ଓ ଅନୁଭବୀ ନେତାଙ୍କ ଟିକେଟ୍‌ କାଟି ଦେଇଥିଲେ। ସେ ଲାଇମଲାଇଟ୍‌ରୁ ଦୂରେଇ ରହି ଦଳୀୟ କନ୍ଦଳକୁ ସମାଧାନ କରିଥିଲେ। ଉଦାହରଣ ସ୍ବରପ ଯେତେବେଳ ପାର୍ଟିର ଅସନ୍ତୁଷ୍ଟ ନେତା ଅନୀଲ ବିଜ୍‌ ଶୀର୍ଷ ପଦ ପାଇଁ ଅଡି ବସିଥିଲେ ସେତେବେଳ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସି ସେହି କନ୍ଦଳ ସମାଧାନ କରିଥିଲେ। କୁହାଯାଉଛି ଯେ, ହରିୟାଣା ବିଜୟର ସବୁ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଯାଉଛି। ଗତ କିଛିଦିନ ଧରି ଭାଜପାର ଜାତୀୟ ସଭାପତି ରେସ୍‌ରେ ଥିବା ଧର୍ମେନ୍ଦ୍ରଙ୍କୁ ଏହି ସଫଳତା ପରେ କିଛି ବଡ଼ ଉପହାର ମଧ୍ୟ ମିଳିବ ବୋଲି କୁହାଯାଉଛି। ଦଳର ହାଇକମାଣ୍ଡ ଓ ପ୍ରଧାନମନ୍ତ୍ରୀ ମୋଦି ଧର୍ମେନ୍ଦ୍ରଙ୍କୁ ଜେପି ନଡ୍ଡାଙ୍କ ସ୍ଥାନ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୦ କୋଟିର ଜିଏସ୍‌ଟି ଠକେଇ ମାମଲା: ୧୪ ସ୍ଥାନରେ ଚଢ଼ାଉ, ୩୩ ଗିରଫ

ଅହମଦାବାଦ, ୮।୧୦: ଅହମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଏସ୍‌ଟି ଠକେଇ ବିରୋଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଅହମ୍ମଦାବାଦ, ଜୁନାଗଡ଼, ସୁରଟ, ଖେଡ଼ା, ଭାବନଗର ଆଦି ସମେତ ଗୁଜରାଟର...

୨୦୧୪ରେ ଭାଜପା ସହ ମେଣ୍ଟ ପିଡିପି ପରାଜୟର କାରଣ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାନଚରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଶୋଚନୀୟ ପରାଜୟ ବରଣ କରିଛି। ଏହି ଦଳର ଆସନ ସଂଖ୍ୟା ୩କୁ...

କଟା ଘା’ରେ ଚୂନ ମାରିଲେ କେଜରିଓ୍ବାଲ, ଇସାରାରେ ରାହୁଲଙ୍କୁ କହିଦେଲେ ଏମିତି…

ନୂଆଦିଲ୍ଲୀ,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ସରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି।...

ଭାଜପାକୁ ବଡ଼ ଝଟ୍‌କା ଦେଲା ଜମ୍ମୁ-କଶ୍ମୀର, କାରଣ ଥିଲା…

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ...

କ’ଣ ଏହି ଜିଲାପି ଓ ଜାଟ୍‌ ଫ୍ୟାକ୍ଟର? କଂଗ୍ରେସ ପାଇଁ ହରିୟାଣାରେ କଲା ଅଡୁଆ

ନୂଆଦିଲ୍ଲୀ,୮।୧୦: ହରିୟାଣା ନିର୍ବାଚନରେ ଦୁଇଟି ପ୍ରମୁଖ ଶଦ୍ଦ ଥିଲା ଜାଟ୍‌ ଓ ଜିଲାପି। କଂଗ୍ରେସ ଏହି ଦୁଇଟି ଉପରେ ବାଜି ଲଗାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ...

କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ହରିୟାଣାରେ ତୃତୀୟ ଥର ପାଇଁ...

ଆରଜି କର ହସପିଟାଲର ୫୦ ବରିଷ୍ଠ ଡାକ୍ତର ଦେଲେ ଇସ୍ତଫା

କୋଲକାତା,୮।୧୦: ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର...

ଜମ୍ମୁ-କଶ୍ମୀରରେ କାମ ଦେଲାନି ୩୭୦, ବଡ଼ ଓଲଟପାଲଟ କଲେ ରାହୁଲ!

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri