କଟକ,୨୩।୧: ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ଏହାକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ବଡ଼ ବଡ଼ ରାଜନେତା ଏହି ମ୍ୟାଚ୍ ପାଇଁ ଟିକେଟ୍ କିଣୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରବାଟୀ ମ୍ୟାଚ୍ ପାଇଁ ଟିକେଟ କିଣିଛନ୍ତି। ଗୁରୁବାର ସମ୍ବଲପୁରରେ ଓଡ଼ିଶା କ୍ରିକେଟ ଆସୋସିଏସନର ସଦସ୍ୟମାନେ ଭେଟିଛନ୍ତି । କ୍ରିକେଟ ମ୍ୟାଚର ଆୟୋଜନ ଓ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର।
ସୂଚନାଯୋଗ୍ୟ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।