ଧର୍ମେନ୍ଦ୍ରଙ୍କ ବିସ୍ଫୋରକ ବୟାନ, କହିଲେ ମଉଜ ପାଇ ନବୀନ-ପାଣ୍ଡିଆନ…

ସମ୍ବଲପୁର,୮।୯: ସମ୍ବଲପୁରରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ଏଥିରେ ସେ ସମ୍ବୋଧନ କରି କହିଛନ୍ତି, ଓଡ଼ିଆ ଅସ୍ମିତାର ବିଜୟ ହୋଇଛି। ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରିଛନ୍ତି। ରାଜ୍ୟରେ ସନ୍ତୁଳିତ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ମାଆ ଭଉଣୀଙ୍କ ସମ୍ମାନ ବଢ଼ାଇବା ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା ରହିଛି। ଏଥିସହ ଚାଷୀଙ୍କ ସମ୍ମାନ ବଢ଼ାଇବା ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା। ଆଜି ସିଏମ କିଷାନ ଯୋଜନାର ଶୁଭାରମ୍ଭ ହୋଇଛି। ୨ଟି କିସ୍ତିରେ କୃଷକଙ୍କୁ ୪ହଜାର ଟଙ୍କା ମିଳିବାକୁ ଯାଉଛି।

ତେବେ ଆମ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିବୁ। କେନ୍ଦ୍ର ସରକାର ୨୩୦୦, ରାଜ୍ୟ ସରକାର ୮୦୦ ଦେବେ। ପୂର୍ବ ସରକାର ୧୦୦ ଟଙ୍କା ଦେବାକୁ କହି ମୁହଁ ଲୁଚାଇଥିଲେ। ହେଲିକପଟର ବୁଲାରେ ଓ ମଉଜ ମସ୍ତି ଓ ପ୍ରଚାର ପାଇଁ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଆମେ ରାଜସ୍ବରୁ ଭଉଣୀମାନଙ୍କ ପାଇଁ ଚାଷୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବୁ।

Share