ଧର୍ମେନ୍ଦ୍ର କହିଲେ ବିଦେଶରେ ଭାରତୀୟଙ୍କ ସହିତ ରହିବା ମୋ’ ପାଇଁ…

ଭୁବନେଶ୍ୱର,୨୧।୧୦(ସୁନିତ୍‌ ମିଶ୍ର): ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷାକ୍ଷେତ୍ରରେ ସମ୍ପର୍କକୁ ମଜଭୁତ କରିବା ପାଇଁ ୭ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ରହୁଥିବା ଭାରତୀୟ ସମୁଦାୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରବାସୀ ଭାରତୀୟମାନଙ୍କ ଆତିଥେୟତାକୁ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, ବିଦେଶରେ ଭାରତୀୟଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହ ଭୋଜନରେ ସାମିଲ ହେବା ତାଙ୍କ ପାଇଁ ଖୁସିର ବିଷୟ। ସିଙ୍ଗାପୁର-ଭାରତ ଭାଗୀଦାରିକୁ ଅଧିକ ମଜଭୁତ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସେମାନେ ବାହାରେ ରହି ମଧ୍ୟ ଭାରତର ସଂସ୍କୃତିକୁ ପାଳନ କରୁଛନ୍ତି। ସିଙ୍ଗାପୁରର ପ୍ରଗତିରେ ତାଙ୍କ ଯୋଗଦାନ ଅନେକ ରହିଛି। ବର୍ତ୍ତମାନ ସମୟରେ ପୁଞ୍ଜିନିବେଶ ଏବଂ ସୁଯୋଗ ପାଇଁ ଭାରତ ହେଉଛି ବିଶ୍ୱର ସବୁଠୁ ଆକର୍ଷଣୀୟ ସ୍ଥାନ। ପ୍ରବାସୀମାନେ ଭାରତରେ ଥିବା ନିଜର ଆତ୍ମୀୟ ଏବଂ ସଂସ୍କୃତି ସହିତ ସବୁବେଳେ ଯୋଡ଼ିହୋଇ ରହିବା ସହ ଭାରତର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଭାରତ ଓ ସିଙ୍ଗାପୁରକୁ ଗର୍ବିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି। ସିଙ୍ଗାପୁରରେ ପ୍ରବାସୀଙ୍କ ସହ ଆଲୋଚନା କାଳରେ ଭାରତର ଯୁବକମାନଙ୍କୁ ଦକ୍ଷ କରିବାରେ ଜାତୀୟ ଶିକ୍ଷା ନୀତି-୨୦୨୦ର ଭୂମିକା ଏବଂ ଭାରତରେ ଶିକ୍ଷାର ବ୍ୟାପକତା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ଭାରତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ନେଇ କାମ କରିବା ତଥା ଏହାଦ୍ୱାରା ହେବାକୁ ଥିବା ବିକାଶ ଉପରେ ଚର୍ଚ୍ଚା କରିଛନ୍ତି। ସେହିପରି ୨୦୭୦ ସୁଦ୍ଧା ନେଟ୍‌ ଜିରୋ ଆଡ଼କୁ ଅଗ୍ରସର ହେବା ଏବଂ ବିଶ୍ୱ ସବୁଜ ଊର୍ଜା ମଡେଲକୁ ଆକାର ଦେବା ପାଇଁ ପ୍ରବାସୀଙ୍କ ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଭାରତର ଐତିହ୍ୟ ସହ ଜଡ଼ିତ ବିଷୟ ସହିତ ଯୋଡ଼ିହୋଇ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଧର୍ମେନ୍ଦ୍ର ପ୍ରବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସିଙ୍ଗାପୁର ଗସ୍ତ କାଳରେ ଧର୍ମେନ୍ଦ୍ର ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍‌, ଉପପ୍ରଧାନମନ୍ତ୍ରୀ ଗାନ୍‌ କିମ୍‌ ୟୋଙ୍ଗ୍‌, ଶିକ୍ଷା ମନ୍ତ୍ରୀ ଚାନ୍‌ ଚୁନ୍‌ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍‌ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁଁ ମିଳିବ ୧୨ଦିନ ଛୁଟି

ଭୁବନେଶ୍ୱର,୨୨।୧୦: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଋତୁସ୍ରାବ ପାଇଁ ଏବେ ଦିନେ ନୁହେଁଁ ମିଳିବ ୧୨ଦିନ ଛୁଟି। ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି...

ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ…

ଭୁବନେଶ୍ୱର,୨୨।୧୦: ବଳୁଆ ହେଉଛି ବାତ୍ୟା ଦାନା। ଆସନ୍ତାକାଲି ଅର୍ଥାତ୍‌ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ...

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା...

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି...

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

ମଝିରାତିରେ ଲ୍ୟାଣ୍ଡଫଲ୍‌! ୭ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୨।୧୦: ମାଡିଆସୁଛି ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଥିଲା। ଏବେ ତାହା...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri