ଚର୍ଚ୍ଚାରେ ‘ରକି ଔର ରାନୀ କି ପ୍ରେମକାହାନୀ’ରେ ଧର୍ମେନ୍ଦ୍ର-ଶବାନାଙ୍କ ଲିପ୍‌ଲକ୍‌, ଲୋକେ କହୁଛନ୍ତି…

ବମ୍ବେ: ଶୁକ୍ରବାର ବଡ଼ ପରଦାରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁଛି। ବିଶେଷକରି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ଶବାନା ଆଜମୀଙ୍କ ଲିପ୍‌ଲକ୍‌ ଚର୍ଚ୍ଚାର କାରଣ ପାଲଟିଛି। ସୋସିଆଲ ମିଡିଆରେ ଏହାକୁ ନେଇ ଅନେକେ ପ୍ରତିକ୍ରିୟା ରଖୁଛନ୍ତି।
୮୭ ବର୍ଷୀୟ ଧର୍ମେନ୍ଦ୍ର ଫିଲ୍ମରେ ରଣବୀରଙ୍କ ଜେଜେ ଭୂମିକାରେ ନଜର ଆସୁଛନ୍ତି। ଜୟା ବଚ୍ଚନ ତାଙ୍କ ସ୍ତ୍ରୀ ଭୂମିକାରେ ଥିଲେ ହେଁ ଦୁହେଁ ଗୋଟିଏ ଘରେ ଅଜଣାଅଚିହ୍ନାଙ୍କ ଭଳି ରହୁଛନ୍ତି। କାରଣ ବିବାହର ଅନେକ ବର୍ଷ ବିତିଯାଇଥିଲେ ହେଁ ଧର୍ମେନ୍ଦ୍ର ଶବାନାଙ୍କୁ ପ୍ରେମ କରୁଛନ୍ତି। ଆଲିଆ-ରଣବୀର ଦୁହିଁଙ୍କୁ ପୁଣିଥରେ ମିଶାଇବାକୁ ଚେଷ୍ଟା କରୁଛନ୍ତି। ପରେ ଫିଲ୍ମରେ ଧମେନ୍ଦ୍ର-ଶବାନାଙ୍କ ଲିପ୍‌ଲକ ଦେଖିବାକୁ ମିଳୁଛି। ଏହି ଦୃଶ୍ୟକୁ ସୋସିଆଲ ମିଡିଆ ବ୍ୟବହାରକାରୀ ନାପସନ୍ଦ କରୁଛନ୍ତି।
ଦେଖନ୍ତୁ କିଛି ଟୁଇଟ୍‌:

Share