୪ ରାଜ୍ୟର ଫଳାଫଳ ନେଇ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଦେଶର ୪ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ଭାଜପା ପ୍ରତି ଅଭୂତପୂର୍ବ ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଥିବା ପ୍ରଗାଢ଼ ବିଶ୍ୱାସର ପ୍ରମାଣ ବୋଲି ଟୁଇଟ୍‌୍‌ କରି ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି, ମାଆ, ଭଉଣୀମାନେ ସ୍ପଷ୍ଟ ମତ ଦେଇ ନୂଆ ଭାରତ ଜନକଲ୍ୟାଣ, ଜନଭାଗୀଦାରି, ସ୍ବଚ୍ଛ ଶାସନ ଏବଂ ପ୍ରଗତିଶୀଳ ରାଜନୀତିକୁ ସମର୍ଥନ କରିଛନ୍ତି। ଏହା ସ୍ପଷ୍ଟ କରୁଛି ଭାରତରେ ଜନକଲ୍ୟାଣ ବିକାଶ ଏବଂ ସୁଶାସନର ରାଜନୀତିର କୌଣସି ବିକଳ୍ପ ନାହିଁ। ଏହି ଅଭୂତପୂର୍ବ ବିଜୟ ଦେଶରେ ଭାଜପା ସମର୍ଥନରେ ଥିବା ଜନାଦେଶ ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଥିବା ବିଶ୍ୱାସକୁ ପ୍ରମାଣିତ କରୁଛି। ଏହି ଜନାଦେଶରୁ ଯେଉଁ ପାର୍ଟି ବଂଶବାଦ, ତୁଷ୍ଟୀକରଣ ଓ ଜାତିବାଦକୁ ନେଇ ରାଜନୀତି କରନ୍ତି ସେମାନଙ୍କ ପାଇଁ ସ୍ଥାନ ନାହିଁ ବୋଲି ଜନାଦେଶରୁ ସ୍ପଷ୍ଟ ହୋଇଛି। ୨୦୧୪, ୨୦୧୭, ୨୦୧୯ ପରେ ଏବେ ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ, ସର୍ବସ୍ପର୍ଶୀ ନେତୃତ୍ୱ, ସୁଶାସନ ଏବଂ ‘ସବ୍‌କା ସାଥ୍‌, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସ’ର ମନ୍ତ୍ରରେ ମୋହର ଲଗାଇ ଭାଜପାକୁ ଆଶୀର୍ବାଦ କରିଥିବାରୁ ଉତ୍ତରପ୍ରଦେଶବାସୀଙ୍କୁ ଧର୍ମେନ୍ଦ୍ର କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲାର...

PhonePe UPI Circle Feature: ୟୁପିଆଇରେ ଆସିଲା ନୂଆ ଫିଚର୍‌, ଏବେ ପେମେଣ୍ଟ କରିବା ହୋଇଯିବ ସହଜ… 

ନୂଆଦିଲ୍ଲୀ,୧୫।୪: ଭାରତରେ ଡିଜିଟାଲ ପେମେଣ୍ଟର ଯୁଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଆପଣ ଗାଁରୁ ସହର ପର୍ଯ୍ୟନ୍ତ ଅନଲାଇନ୍‌ ପେମେଣ୍ଟର ବିକଳ୍ପ ପାଇବେ।...

୧୬ ପିଲା…ପ୍ରେମିକଙ୍କ ପାଇଁ ବଡ଼ କାମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୫।୪: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା କ୍ରିକେଟରୁ ବିରତି ନେଇ ଏବେ ତାଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ଛୁଟି କାଟୁଛନ୍ତି। ଏହାର ଟିକିନିକି ଅପ୍‌ଡେଟ୍‌ ସେ...

ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମଙ୍ଗଳବାର ଭାରତର ଜନସଂଖ୍ୟା ବିସ୍ଫୋରଣ...

ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ...

ଫାଟିଲା ଗ୍ୟାସ ଟାଙ୍କି: ଜଳିଗଲା…

ପୁରୀ,୧୫।୪: ପୁରୀ ଜିଲା କୃଷ୍ଣପ୍ରସାଦ ପଣାଯାତ୍ରା ବେଳେ ଅଘଟଣ ଘଟିଛି। ପଣାଯାତ୍ରା ପଡିଆରେ ୫ ଦୋକାନ ଜଳି ଯାଇଛି। ହଠାତ୍‌ ଗ୍ୟାସ ଟାଙ୍କି ଅଗ୍ନିକାଣ୍ଡ ଘଟିଛି।...

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ...

କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ

ଭୁବନେଶ୍ୱର,୧୫।୪: ୧୨ ଜିଲାକୁ କାଳ ବୈଶାଖୀ ନେଇ ବର୍ଷା ସତର୍କତା ଜାରି କରାଯାଇଛି। ଏସବୁ ଜିଲା ଗୁଡ଼ିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image