ହେମାଙ୍କ ପ୍ରଥମ ପ୍ରେଗ୍ନେସିକୁ ସିକ୍ରେଟ ରଖିବାକୁ ଚାହୁଁଥିଲେ ଧର୍ମେନ୍ଦ୍ର, ପୁରା ହସ୍ପିଟାଲକୁ କରିଥିଲେ ବୁକ

ମୁମ୍ବାଇ: ବଲିଉଡର ହି ମ୍ୟାନ ଧର୍ମେନ୍ଦ୍ର ଓ ଡ୍ରିମ ଗର୍ଲ ହେମା ମାଳିନିଙ୍କ ବୈବାହିକ ଜୀବନକୁ ପ୍ରାୟ ୪୦ ବର୍ଷ ହେଲାଣି। ଏମାନଙ୍କର ଦୁଇ ଝିଅ ଇଶା ଓ ଆହାନା ଏବେ ବିବାହ କରି ସାରିଲେଣି। ଫିଲ୍ମରେ କାମ କରିବା ସମୟରେ ଏମାନଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ସେତେବେଳେ ଧର୍ମେନ୍ଦ୍ର ବିବାହ କରିଥିବା ବେଳେ ୪ ସନ୍ତାନର ଜନକ ବି ହୋଇସାରିଥିଲେ। ଏହାପରେ ବି ସେ ହେମାଙ୍କୁ ବିବାହ କରିଥିଲେ।
କୋଇମୋଇର ରିପୋର୍ଟ ଅନୁଯାୟୀ, ହେମାଙ୍କ ସାଙ୍ଗ ନିତୁ କୋହଲି ଥରେ କହିଥିଲେ କି ଇଶାଙ୍କ ଜନ୍ମ ସମୟରେ କୁଆଡେ ଧର୍ମେନ୍ଦ୍ର ସମ୍ପୂର୍ଣ୍ଣ ହସ୍ପିଟାଲକୁ ବୁକ କରି ନେଇଥିଲେ। ଇଶାଙ୍କ ଜନ୍ମ ନଭେମ୍ବର ୧୯୮୧ରେ ହୋଇଥିଲା। ୧୯୮୦ରେ ଧମେନ୍ଦ୍ରଓ ହେମା ଲୁଚିଛପି ବିବାହ କରିଥିଲେ।
ଯେତେବେଳେ ହେମାମାଲିନି ଗର୍ଭବତୀ ହେଲେ, ତାଙ୍କ ପରିବାର ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ଏହା ଜାଣି ନ ଥିଲେ। ସେଥିପାଇଁ ଇଶାଙ୍କ ଜନ୍ମ ସମୟରେ ଧର୍ମେନ୍ଦ୍ର ପୁରା ଡାକ୍ତରଖାନା ବୁକ କରିଥିଲେ, ଯାହାଫଳରେ ହେମା କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ସେ ଶିଶୁଟିକୁ ଶାନ୍ତିରେ ଜନ୍ମ ଦେଇ ପାରିବେ।
ହସ୍ପିଟାଲଟି ଏକ ୧୦୦ ରୁମ ବିଶିଷ୍ଟ ନର୍ସିଂହୋମ ଥିଲା। ଇଶାଙ୍କ ଜନ୍ମ ପାଇଁ ସେ ପୁରା ୧୦୦ରୁମ ବୁକ କରିଥିଲେ। ନୀତୁ କୋହଲି ଆହୁରି କହିଛନ୍ତି- ଧର୍ମେନ୍ଦ୍ର ଏହା କରିଛନ୍ତି ବୋଲି କେହି ଜାଣି ନ ଥିଲେ।

Share