ଭୁବନେଶ୍ୱର,୧।୧୦(ବ୍ୟୁରୋ): ଗୋପ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେବାରେ ଲାଗିଛି। ସାଇକ୍ରାଟିକ୍ ଡାକ୍ତରଙ୍କ ପରାମର୍ଶ କ୍ରମେ ଧର୍ମେନ୍ଦ୍ର ମେଡିସିନ ଖାଉଥିବା ଜଣାପଡ଼ିଛି। ସେ ମୃତ୍ୟୁର କିଛିଦିନ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଡାକ୍ତର ସାଇକ୍ରାଟ୍ରିକ ମେଡିସିନ ଖାଇବାକୁ ଦେଇଥିଲେ। କିଛିଦିନ ଖାଇବା ପରେ ଆଉ ମେଡିସିନ ଖାଇ ନ ଥିଲେ ।
ସେ ମାନସିକ ଭାରସାମ୍ୟ ହରାଇ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ସେପଟେ ଜବତ ହୋଇଥିବା ମୋବାଇଲ, ଘଣ୍ଟା ଓ ହାର୍ଡଡିସ୍କର ଫରେନସିକ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ଜଣାପଡିନି।