ପୁଣି ଧର୍ମେନ୍ଦ୍ରଙ୍କ ବଡ଼ ବୟାନ, କହିଲେ ବଲାଙ୍ଗୀର, ସମ୍ବଲପୁରରେ ସବୁଠୁ ଶାସନ…

ଭୁବନେଶ୍ୱର,୯।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଜନାଦେଶ ସ୍ବୀକୃତି ପାଇଥିବା ଭାଜପା ସରକାର ବହୁତ କମ୍‌ ସମୟ ମଧ୍ୟରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଗରିବ, ଚାଷୀ, ମହିଳା, ଯୁବକ, ପଛୁଆ ତଥା ସବୁ ବର୍ଗର ଉନ୍ନତି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତାରେ ରହିଛି ବୋଲି ରବିବାର ସମ୍ବଲପୁରଠାରେ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ସିଏମ-କିଷାନ ଯୋଜନା ଏବଂ କୃଷିଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଭାଜପା ସରକାରରେ ସମ୍ବଲପୁର, ବଲାଙ୍ଗୀର ସମେତ ସବୁଠୁ ଶାସନ ଚାଲିବ ବୋଲି ସେ କହିଛନ୍ତି।

ଧର୍ମେନ୍ଦ୍ର ‘ନୂଆଁଖାଇ’ର ପବିତ୍ର ଅବସରରେ କୃଷକଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସିଏମ କିଷାନ ଯୋଜନାରେ ବର୍ତ୍ତମାନ ରାଜ୍ୟର ପ୍ରାୟ ୪୬ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତି ଆକାରରେ ଡିବିଟି ମାଧ୍ୟମରେ ୨୦୨୪-୨୫ ରବି ଫସଲ ଋତୁ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ସମୃଦ୍ଧ କୃଷକ ଯୋଜନା ସହିତ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ସେହିପରି ଏହି ସରକାରରେ ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ ପଦ୍ଧତିର ନବୀକରଣ ଯୋଜନାକୁ କ୍ୟାବିନେଟ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ପାଇଁ ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଜଣଙ୍କୁ ବାନ୍ଧିଲା ପୋଲିସ, ୨ଟି ଗାଡ଼ି ଜବତ

ଭୁବନେଶ୍ବର,୧୬।୯: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହିତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି...

ନଦୀ ପାର ହେଉଥିଲେ: ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୧୬।୯: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri