Categories: ରାଜ୍ୟ

ପରିବାରବାଦ ଉପରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ : ବିଜେଡି

ଭୁବନେଶ୍ୱର,୩୧ା୮(ଅନିଲ ଦାସ): ପରିବାରବାଦ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମତ ରଖିଛନ୍ତି ତାହା ଅନ୍ୟନ୍ତ ହାସ୍ୟାସ୍ପଦ। ଧର୍ମେନ୍ଦ୍ର ମଧ୍ୟ ପରିବାରବାଦ ରାଜନୀତି ମଧ୍ୟରୁ ଆସିଛନ୍ତି ଏବଂ ରାଜନୈତିକ ପରିବାରର ସୁବିଧାକୁ ଉପଭୋଗ କରିଛନ୍ତି। ହେଲେ ଓଡ଼ିଶାର ଜନସାଧାରଣ ତାଙ୍କୁ ଆଶୀର୍ବାଦ ଦେଇନାହାନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୁଁ ଏକ ରାଜନୈତିକ ପରିବାରରୁ ଆସିଛି, ହେଲେ ବ୍ୟକ୍ତିଗତ ସ୍ତରରେ କଠିନ ପରିଶ୍ରମ ପାଇଁ ଜନତା ମୋତେ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହେବାକୁ ଆଶୀର୍ବାଦ କରିଛନ୍ତି ା ହେଲେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ଜନସାଧାରଣ ଆଶୀର୍ବାଦ ଦେଇନାହାନ୍ତି। ୨ଟି ନିର୍ବାଚନ ହାରିବା ପରେ ସେ ଗଳାବାଟ ଜରିଆରେ ବିହାର ଏବଂ ମଧ୍ୟପ୍ରଦେଶ ଭଳି ଅନ୍ୟ ରାଜ୍ୟରୁ ରାଜ୍ୟ ସଭାକୁ ଯାଇଛନ୍ତି।

କ୍ଲିନ୍‌ ଏନର୍ଜି ସେସ୍‌ ବାବଦରୁ ପ୍ରାୟ ୬୦ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି, ହେଲେ ଓଡ଼ିଶାକୁ ଗୋଟିଏ ପଇସା ମିଳିନି। କେନ୍ଦ୍ରମନ୍ତ୍ରୀ ଯେତେବେଳେ ସୁକିନ୍ଦାରେ ପ୍ରଦୂଷଣ ବାବଦରେ ଉଲ୍ଲେଖ କରୁଛନ୍ତି, ସେତେବେଳେ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଯାଜପୁର ଜିଲାର ଜନତାଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ ବୋଲି ସେ କରିଛନ୍ତି ା

Share