Categories: ଖେଳ

ଭାଇରାଲ ହେଉଛି ଧାଓ୍ବନଙ୍କ ଭିଡିଓ: ପନ୍ତଙ୍କୁ କହିଥିଲେ ‘ଗାଡ଼ି ଧିରେ ଚଳାଅ’

ନୂଆଦିଲ୍ଲୀ,୩୧।୧୨: ନିଜେ ଗାଡ଼ି ଚଳାଇ ଆସୁଥିବା ବେଳେ ରୁର୍‌କି ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଏଥିରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ପ୍ରଶଂସକଙ୍କ ସହ ସାଥୀ କ୍ରିକେଟର ତାଙ୍କର ଶୀଘ୍ର ଆରୋଗ୍ୟର କାମନା କରୁଛନ୍ତି। ଏସବୁ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ସେ ପନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବା ଦେଖାଯାଇଛି।

ପନ୍ତଙ୍କ ଦୁର୍ଘଟଣାରେ ସୋସିଆଲ ମିଡିଆରେ କିଛି ଲୋକ ଧାଓ୍ବନଙ୍କ ସହ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ କରିଛନ୍ତି। ଭିଡିଓରେ ଦୁହେଁ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍‌ ଟିମ୍‌ ଜର୍ସି ପିନ୍ଧିଥିବା ଦେଖାଯାଇଛି। ପନ୍ତ ପ୍ରଥମେ ତାଙ୍କୁ କିଛି ପରାମର୍ଶ ଦେବାକୁ ଧାଓ୍ବନଙ୍କୁ କହିଛନ୍ତି। ଜବାବରେ ଧାଓ୍ବନ ପନ୍ତଙ୍କୁ ଗାଡ଼ି ଧିରେ ଚଳାନ୍ତୁ ବୋଲି କହୁଛନ୍ତି। ଏହାଶୁଣି ପନ୍ତ ହସୁଥିବା ନଜର ଆସିଛି।

ଭିଡିଓଟି ୩ ବର୍ଷ ପୁରୁଣା। ସେତେବେଳେ ଦୁହେଁ ଦିଲ୍ଲୀ ଟିମ୍‌ ପାଇଁ ଖେଳୁଥିଲେ। ଏବେ ପନ୍ତଙ୍କ ଦୁର୍ଘଟଣା ପରେ ସେ ଏହି ପରାମର୍ଶ ମାନି ନେବାର ଥିଲା। ଏପରିକି ଦ୍ରୁତ ଗତି ବାସ୍ତବରେ ଜୀବନ ନେଇପାରେ ବୋଲି ମଧ୍ୟ ଅନେକ କହୁଛନ୍ତି।

ଦେଖନ୍ତୁ ଭିଡିଓ:

Share