ନୂଆଦିଲ୍ଲୀ, ୪।୭- ମହାମାରୀ କରୋନା ଭାଇରସ ସମୟରେ ଭାରତର ଅନେକ କ୍ରୀଡ଼ାବିତ୍ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାର ଦେଖିବାକୁ ମିଳିଛି। ବହୁପୂର୍ବତନ କ୍ରିକେଟର ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିଂ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଂକୁ ବିପୁଳ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହିକ୍ରମରେ ଭାରାତୀୟ କ୍ରିକେଟ୍ ଦଳର ଷ୍ଟାର୍ ଓପନର୍ ଶିଖର ଧାଓ୍ବନ ମଧ୍ୟ ପଛରେ ପଡ଼ିନାହାନ୍ତି। ଶନିବାର ଧାଓ୍ବନ କିଛି ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଜାତୀୟ ରାଜଧାନୀର ଆଦର୍ଶ ନଗରଠାରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କ ଏକ କ୍ୟାମ୍ପ୍ ରହିଛି। ଧାଓ୍ବନ ଏହି କ୍ୟାମ୍ପ୍କୁ ଯାଇ ଲୋକଙ୍କୁ ଶୋଇବା ଲାଗି ବିଭିନ୍ନ ସାମଗ୍ରୀ ଓ ଟଏଲେଟ ସମେତ ଛୋଟ ପିଲାଙ୍କୁ କ୍ରିକେଟ୍ କିଟ୍ ପ୍ରଦାନ କରିଥିଲେ। ସେହିଭଳି କରୋନା ସମୟରେ କେଉଁଭଳି ସାମାଜିକ ଦୂରତ୍ୱ ଅବଲମ୍ବନ କରାଯିବ ସେ ବିଷୟରେ ମଧ୍ୟ ଲୋକଙ୍କୁ ବୁଝାଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଧାଓ୍ବନଙ୍କୁ ବେଶ୍ ପ୍ରଶଂସା କରାଯାଇଛି।