Categories: ଖେଳ

ଅନ୍ଧାରରେ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ୍‌

ଅହମ୍ମଦାବାଦ୍‌,୨।୨: ଆସନ୍ତା ୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ସୀମିତ ଓଭର ସିରିଜ୍‌ ଉପରେ କଳାବାଦଲ ଦେଖା ଦେଇଛି। ୩ ଖେଳାଳିଙ୍କ ସହ ଭାରତୀୟ ଦଳର ମୋଟ ୬ ସଦସ୍ୟ କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଜଣାପଡ଼ିଛି। ବରିଷ୍ଠ ଓପନର ଶିଖର ଧାଓ୍ବନ, ରିଜର୍ବ ଓପନର ରୁତୁରାଜ ଗାଏକ୍ୱାଡ ଓ ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଟିମ୍‌ ଇଣ୍ଡିଆର ସମସ୍ତ ସଦସ୍ୟ ଏବେ ବାଧ୍ୟତାମୂଳକ ଆଇସୋଲେଶନରେ ଅଛନ୍ତି।

“୩ ଖେଳାଳି ରୁତୁରାଜ, ଶ୍ରେୟାସ ଓ ଧାଓ୍ବନଙ୍କ ରିପୋର୍ଟ ପଜିଟିଭ ଆସିଛି। କିଛି ନନ୍‌ କୋଚିଂ ସପୋର୍ଟ ଷ୍ଟାଫ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂଖ୍ୟା ୨ରୁ ୪ ହୋଇପାରେ” ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି।